ଚାଞ୍ଚଲ୍ୟକର ଘଟଣା: ଗୋଟିଏ ରାତିରେ ପୂରା ପରିବାର ସଫା, ଗଳାକାଟି ସମସ୍ତଙ୍କୁ ହତ୍ୟା

ତରାତରଣ ୨୬।୦୬: ପଞ୍ଜାବର ତରାତରଣର କେରୋ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଛି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି।

କେରୋ ଗାଁରେ ଗୋଟିଏ ପରିବାରର ୫ ସଦସ୍ୟଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତକ ମାନଙ୍କ ମଧ୍ୟରେ ୫୫ ଵର୍ଷୀୟ ଵ୍ରଜଲାଲ, ଦୁଇ ପୁଅ ଏବଂ ଦୁଇ ବୋହୂ ଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କ ମୃତ ଦେହ ଉଦ୍ଧାର କରିବ ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ପୁରା ପରିବାର ୨୦ ବର୍ଷ ଧରି ଡ୍ରଗ୍ସର କାରବାରରେ ଜଡ଼ିତ ଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି।

ପୋଲିସ ସୂଚନାଯାୟୀ, ବିଳମ୍ବିତ ରାତିରେ ଘଟଣା ଘଟିଯାଇଛି। ଦୁର୍ବୃତ୍ତମାନେ ପୁରା ପରିବାରକୁ ତଣ୍ଟି କାଟି ହତ୍ୟା କରାଯାଇଛି। ତେବେ ବଜ୍ରଲାଲଙ୍କ ପତ୍ନୀ କିଛି ଦିନ ତଳେ ଡ୍ରଗ୍ସ କାରବାରରେ ଗିରଫ ହୋଇ ଜେଲରେ ଥିଲେ, କିନ୍ତୁ ଦୁଇ ମାସ ତଳେ ଜେଲରେ ତାଙ୍କ ର ଅଚାନକ ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ ଯେ,ଵ୍ରଜଲାଲ ଓ ତାଙ୍କର ଦୁଇ ପୁଅଙ୍କ ନାଁରେ ଅନେକ ମାମଲା ରହିଛି। ଚୋରା ମଦ କାରବାର ନେଇ ମାମଲା ରୁଜ୍ଜୁ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ମୁଖ୍ୟ କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ଚୋରା ମଦ କାରବାର କିମ୍ବା ଡ୍ରଗ୍ସ କାରବାରକୁ ନେଇ ହତ୍ୟା କରାଯାଇଥିବା ମଧ୍ୟ ଅନୁମାନ କରାଯାଉଛି। ଏମାନଙ୍କ ସହ ମଧ୍ୟ ଵ୍ରଜଲାଲ କିଛି ଵିଵାଦ ଥିବାର ସୂଚନା ରହିଛି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡିଵ।



from Prameya News7 https://ift.tt/31jWqZ4
ଚାଞ୍ଚଲ୍ୟକର ଘଟଣା: ଗୋଟିଏ ରାତିରେ ପୂରା ପରିବାର ସଫା, ଗଳାକାଟି ସମସ୍ତଙ୍କୁ ହତ୍ୟା ଚାଞ୍ଚଲ୍ୟକର ଘଟଣା: ଗୋଟିଏ ରାତିରେ ପୂରା ପରିବାର ସଫା, ଗଳାକାଟି ସମସ୍ତଙ୍କୁ ହତ୍ୟା Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.