ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି, ୧୦ହଜାରରୁ ଉର୍ଦ୍ଧ୍ବ ଲୋକ ହେଲେ ସାମିଲ

ଚିତ୍ରକୋଣ୍ଡା ୨୮।୬: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି । ଜୋଡାଆମ୍ବ ଥାନା ଅନ୍ତର୍ଗତ ଗୁରାସେତୁ ଠାରେ ଅନୁଷ୍ଠିତ ହୋଇଛି ପ୍ରଜାମେଳି । ଗୋଟିଏ ପୋଟେ ପ୍ରଶାସନ ବଚ୍ଛିନ୍ନାଞ୍ଚଳକୁ ସ୍ଵାଭିମାନ ଅଞ୍ଚଳ ଭାବେ ଗଢି ତୋଳିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ସାଧାରଣ ଆଦିବାସୀଙ୍କ ଅଧିକାର ପାଇଁ ଆଦିବାସୀ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଛି ବିରାଟ ପ୍ରଜାମେଳି ।

ଗତ ୨୪ ତାରିଖ ଦିନ ଶ୍ରମିକମାନେ ନିଜ ଘରକୁ ଫେରୁଥିବା ସମୟରେ ସ୍ଵାଭିମାନ ଅଞ୍ଚଳରେ ନିୟୋଜିତ ହୋଇଥିବା ବିଏସଏଫ ବାହିନୀ ମାଓ ସମର୍ଥକ କହି ଶ୍ରମିକମାନଙ୍କୁ ଧମକାଇବା ସହ ମିସ୍ ଫାୟାରିଂ କରିଥିଲେ ଯାହା ଫଳରେ ସେଠାରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଶନିବାର ଶ୍ରମିକମାନଙ୍କ କଥାକୁ ଗୁରୁତ୍ଵ ଦେଇ ସ୍ଵାଭିମାନ ଅଞ୍ଚଳର ୫ଟି ପଞ୍ଚାୟତର ୧୦ହଜାରରୁ ଉର୍ଦ୍ଧ୍ବ ଲୋକେ ଜମା ହୋଇ ସରକାରଙ୍କ ବିରୋଧରେ ମେଳି କରିଥିଲେ ।



from Prameya News7 https://ift.tt/2B7HOBl
ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି, ୧୦ହଜାରରୁ ଉର୍ଦ୍ଧ୍ବ ଲୋକ ହେଲେ ସାମିଲ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି, ୧୦ହଜାରରୁ ଉର୍ଦ୍ଧ୍ବ ଲୋକ ହେଲେ ସାମିଲ Reviewed by SUBHENDU BARAL on June 27, 2020 Rating: 5

No comments:

Powered by Blogger.