କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ମୃତ୍ୟୁ, ଭୁଲ୍ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର

ସୋର ୪।୬: କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ଯୁବକ ।

ସୂଚନାଯୋଗ୍ୟ ଯେ, ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନ ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭ ତାରିଖରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ ତାରିଖରେ ଭଦ୍ରକରେ ପହଞ୍ଚିଥିଲେ । ଭଦ୍ରକ ଷ୍ଟେସନରୁ ସିଧା ତାଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିଲା । ସେଠାରେ ସେ ରହିଥିଲେ ।

ବୁଧବାର ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ୧୦୮ ଓ ୧୦୪କୁ ଯୋଗାଯୋଗ କରିଥିଲେ ମଧ୍ୟ କ୍ବରେଣ୍ଟାଇନ୍ ସେଣ୍ଟରରୁ ରୋଗୀ ଆଣିବାକୁ ମନା କରିଥିଲେ । ବାଧ୍ୟ ହୋଇ ବାଇକ୍ ଯୋଗେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ସୋର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ଚିକିତ୍ସା କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ଭାଇଙ୍କ ମୁତ୍ୟୁ ହୋଇଥିବା ମୃତ ଯୁବକଙ୍କ ଭାଇ ମଧୁସୂଦନ ମଲ୍ଲିକ ଅଭିଯୋଗ କରିଛନ୍ତି । ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/2z08hiY
କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ମୃତ୍ୟୁ, ଭୁଲ୍ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ମୃତ୍ୟୁ, ଭୁଲ୍ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର Reviewed by SUBHENDU BARAL on June 03, 2020 Rating: 5

No comments:

Powered by Blogger.