ଗଲଓ୍ୱାନ୍‌ ନଦୀ ଉପତ୍ୟକାରେ ଉତ୍ତେଜନା ପାଇଁ ଏହି ଯୁଦ୍ଧଖୋର ଚାଇନୀଜ ଜେନେରାଲ ଦାୟୀ, ସେ ପ୍ରଥମେ ଭାରତୀୟ ସେନା ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ

ନୂଆଦିଲ୍ଲୀ ୨୪।୦୬: ଏସିଆର ଦୁଇ ପାଓ୍ୱାର ହାଉସ୍‌ ପୁଣି ଥରେ ମୁହାଁମୁହିଁ । ଲଦାଖର ଗଲଓ୍ୱାନ୍‌ ଘାଟିରେ ଭାରତ-ଚୀନ ମଧ୍ୟରେ ମୁହାଁମୁହାଁ ହୋଇଥିଲେ । ଯାହାଫଳରେ ଉଭୟ ପକ୍ଷର ସୈନ୍ୟ ମୃତାହତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍ ପକ୍ଷରୁ କେତେଜଣ ସୈନ୍ୟ ମୃତାହତ ହୋଇଛନ୍ତି , ସେନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଉଭୟ ଦେଶ ମଧ୍ୟରେ ଗଲଓ୍ୱାନ୍‌ ଘାଟିର ହିଂସା ଘଟଣାକୁ ନେଇ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ଆମେରିକାର ଗୁଇନ୍ଦା ସଂସ୍ଥା ଏକ ରିପୋର୍ଟ ଜାରି କରିଛି । ଯାହା ଅତ୍ୟନ୍ତ ଚିନ୍ତାଜନକ ରହିଛି । ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବା ପାଇଁ ଚୀନ୍‌ର ଜଣେ ବରିଷ୍ଠ ସେନା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।  ଭାରତକୁ ଏକ ଶିକ୍ଷା ଦେବା ପାଇଁ ଏହି ଯୋଜାନ କରାଯାଇଥିଲା । କିନ୍ତୁ ଶେଷରେ ଏହି ଚକ୍ରାନ୍ତର ଫଳ ଓଲଟିପଡିଥିଲା । ଯାହା ଏବେ ଚୀନ୍‌ ପାଇଁ ଭାରି ପଡିଛି ।

ଆମେରିକାର ଗୁଇନ୍ଦା ରିପୋର୍ଟ ମୁତାବିକ, PLAର ଜେନେରାଲ ଜାଓ ଚୀନ୍‌ ସେନାର ଓ୍ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ନେତୃତ୍ୟ ନେଉଛନ୍ତି । ସେ PLAର ଜଣେ ବରିଷ୍ଠ ସେନା ଅଧିକାରୀ । କମାଣ୍ଡରଙ୍କ ଅନୁଯାୟୀ ଚୀନ୍‌କୁ ଆମେରିକା ଓ ଭାରତର ସମ୍ପର୍କକୁ ନେଇ କୌଣସି ପ୍ରକାରର ଚାପର ଆବଶ୍ୟକତା ନାହିଁ । ଚୀନ୍‌ ଭାରତକୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲା । ସେଥିପାଇଁ ଏହି ଆକ୍ରମଣର ଯୋଜନା କରାଯାଇଥିଲା । କିନ୍ତୁ ଏଥର ବାଜି ପଲଟିଯାଇଥିଲା । ଚୀନ୍ ଭାବିନଥିଲା ଯେ ଭାରତ ଏପରି ଭାବେ ଆକ୍ରମଣର ଜବାବ ଦେବ । ଗଲଓ୍ୱାନ ଘାଟିରେ ଚୀନ୍‌ ଆକ୍ରମଣ ଯେ, ତାର ବେପାର ଓ ବାଣିଜ୍ୟ ଉପରେ ପ୍ରଭାବ ପକାଇବ ତାହା ମଧ୍ୟ ସେମାନ ଆଶା କରିନଥିଲା । ଦେଶରେ ବର୍ତ୍ତମାନ ସମସ୍ତ ଚୀନ୍‌ ସାମଗ୍ରୀକୁ ବର୍ଜନ କରିବା ପାଇଁ ଏକ ସ୍ୱର ବାହାରିଛି । ଯଦି ଭାରତରୁ ଚୀନ୍‌ ସାମଗ୍ରୀକୁ ବର୍ଜନ କରାଯାଏ , ତେବେ ଚୀନ୍‌ ପାଇଁ ଏକ ବଡ ଆର୍ଥିକ ଝ୍‌ଟକା ହେବ ବୋଲି ଅନୁମାନ କରାଯାଉଛି ।

ରିପୋର୍ଟରେ ଆହୁରୀ ମଧ୍ୟ ରହିଛି ଯେ,  ଚୀନ୍ ଉଚ୍ଛା ଥିଲା କି ଭାରତକୁ ଶିକ୍ଷା ଦେବା ସହ ନିଜରେ କେତେ ସାମରିକ ଶକ୍ତି ରହିଛି , ତାହା ଦେଖାଇବା । ଘଟଣା ଯେପରି ହାତ ଖସିଗଲା ପରେ ଆଉ କିଛି କରିହୁନାହିଁ, ସେପରି ଦୁଇ ଦେଶ ମଧ୍ୟରେ ହିଂସା ହୋଇଥିଲା । ଏଥିରେ ଉଭୟ ପକ୍ଷର କ୍ଷୟକ୍ଷତି ହୋଇଥିଲା । ବର୍ତ୍ତମାନର ସମୟରେ ଭାରତରେ ଚୀନ୍‌ ବିରୋଧରେ ସ୍ୱର ଉଠିବା ଆରମ୍ଭ ହୋଇଗଲାଣି । ପୂର୍ବ ଭଳି ଦୁଇ ଦେଶ ମଧ୍ୟରେ କୌଣସି ସ୍ତରରେ ଆଲୋଚନା କି କୌଣସି ପ୍ରସଙ୍ଗରେ କଥାବାର୍ତ୍ତ ହେବା ମଧ୍ୟ ଏତେ ସହଜ ହୋଇରହିନାହିଁ । ଏବେ ଆମେରିକା ଭାରତର ଅତି ନିକଟତର ହୋଇଚାଲିଛି । ସେହିପରି କିଛି ମାସ ତଳେ ଆମେରିକା ଭାରତକୁ ୫ଜି ନେଟଓ୍ୱାର୍କ ନେଇ ଚେତାଇଥିଲା । ଏହି କାର୍ଯ୍ୟରେ ଚୀନ୍‌ର କମ୍ପାନୀ ହୁବେଇର ସହଯୋଗ ନନେବା ପାଇଁ । ୧୫ଜୁନ୍‌ର ଘଟଣାର ପରେ ଭାରତୀରେ ଟିକ୍‌ଟିକ୍‌ ପରି ଅନେକ ଚାଇନିଜ ଆପ୍‌କୁ ଲୋକମାନେ ନିଜ ଫୋନ୍‌ରୁ ହଟାଇବା ଆରମ୍ଭ କରିଦେଲେଣି । ଆଗମୀ ଦିନରେ ଆହୁରି ବଢିବା ମଧ୍ୟ ଆଶଙ୍କା କରାଯାଉଛି । ଯାହାକୁ ନେଇ ଏବେ ଚୀନ୍‌ ବଜାରରେ ହାହାକାର ପଡିଗଲାଣି ।

ସେହିପରି PLAର ଜେନେରାଲ ଜାଓ ଅନେକ ଘଟଣାରେ ହାତ ରହିଛି । ଯେପରି ଭାରତ ସହିତ ପୂର୍ବରୁ ହୋଇଥିବା ଡୋକଲାମ୍‌ ବିବାଦରେ ମଧ୍ୟ ଏହି ଜେନାରାଲଙ୍କ ହାତ ରହିଛି । ଚୀନ୍‌ ସୀମାକୁ ଲାଗିରହିଥିବା ଭିଏମନାମରେ ହୋଇଥିବା ବିବାଦରେ ମଧ୍ୟ ଏହି ଜେନେରାଲଙ୍କ ହାତ ରହିଛି । ଜେନେରାଲ ଜାଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟତମ ଲୋକଙ୍କ ମଧ୍ୟରେ ଜଣେ । ତାଙ୍କୁ ଚୀନ୍ ସେନାରେ ଅତି ନିର୍ଦ୍ଦୟ ଜେନେରାଲ୍ ଭାବରେ ବିବେଚନା କରାଯାଇଥାଏ । ଚୀନ୍‌ର ବିସ୍ତାରବାଦୀ ନୀତିକୁ ଆପଣାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।



from Prameya News7 https://ift.tt/3fUKII2
ଗଲଓ୍ୱାନ୍‌ ନଦୀ ଉପତ୍ୟକାରେ ଉତ୍ତେଜନା ପାଇଁ ଏହି ଯୁଦ୍ଧଖୋର ଚାଇନୀଜ ଜେନେରାଲ ଦାୟୀ, ସେ ପ୍ରଥମେ ଭାରତୀୟ ସେନା ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ ଗଲଓ୍ୱାନ୍‌ ନଦୀ ଉପତ୍ୟକାରେ ଉତ୍ତେଜନା ପାଇଁ ଏହି ଯୁଦ୍ଧଖୋର ଚାଇନୀଜ ଜେନେରାଲ ଦାୟୀ, ସେ ପ୍ରଥମେ ଭାରତୀୟ ସେନା ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ Reviewed by SUBHENDU BARAL on June 23, 2020 Rating: 5

No comments:

Powered by Blogger.