ଆମେରିକା ଲେଖିଲା ଇତିହାସ : ବାଣିଜିକ୍ୟ ମହାକାଶ ଯାତ୍ରାର ନୂଆ ଯୁଗ, ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶରେ SpaceX ସିପ୍‌

ଫ୍ଲୋରିଡା ୩୧।୦୫:  ଇତିହାସ ରଚିଲା ନାସା । ବାଣିଜିକ୍ୟ ମହାକାଶ ଯାତ୍ରାର ନୂଆ ଯୁଗ ଆରମ୍ଭ ହୋଇଯାଇଛି ।ଆମେରିକାର Elon Muskଙ୍କ କମ୍ପାନୀ SpaceX ରକେଟ୍ ଦୁଇ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ପଠାଇଛି । ଆମେରିକୀୟ ସ୍ପେସ ସଂସ୍ଥା ନାସା ୯ ବର୍ଷ ପରେ ପୁଣି ଥରେ ଇତିହାସ ରଚିଛି । ଫ୍ଲୋରିଡାର କେପ କନଭରାଲରେ ଜନ ଏଫ କେନେଡେ ସ୍ପେସ ସେଣ୍ଟରରୁ ନାସା-ସ୍ପେସଏକ୍ସ ଡେମୋ-୨କୁ ସଫଳତାର ସହିତ ଉତ୍ କ୍ଷେପଣ କରିଛି । ଆମେରିକା ୯ ବର୍ଷରେ ପ୍ରଥମ ଥର ନିଜର ମାଟିରେ ସ୍ପେସରେ ପୃଥିବୀରୁ ୨ଜଣ ମହାକାଶଚାରୀ ପଠାଇଛି। ନାସାର ଆଡମିନିଷ୍ଟ୍ରେଟର ଜିମ ବ୍ରାଇଡେନଷ୍ଟିନ ଏହି ଉତକ୍ଷେପଣ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  ଚନ୍ଦ୍ରକୁ ଛୁଇଁବା ପାଇଁ ପୃଥିବୀରୁ ପ୍ରଥମ ଉଡାନ ଏହି ଜନ କେନେଡି ସେଣ୍ଟରରୁ କରାଯାଇଥିଲା । ନାସାର ପ୍ରଶାସନିକ ଟୁଇଟ ଜରିଆରେ କହିଛନ୍ତି ଯେ, ୯ ବର୍ଷରେ ପ୍ରଥମ ଥର ଏବେ ଆମେ ଆମେରିକୀୟ ମହକାଶଚାରୀ ରକେଟ ଜରିଆରେ ଆମେରିକାର ମାଟିରୁ ପ୍ରେରଣ କରିଛୁ। ମୁଁ ନାସା ଓ ସ୍ପେସଏକ୍ସ ଟିମକୁ ନେଇ ଗର୍ବ ଅନୁଭବ କରୁଛି ।

ନାସା ପ୍ରଶାସନିକ ଜିମ ବ୍ରାଇଡେନଷ୍ଟାଇନ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ, ୯ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେ ଆମେରିକାର ରକେଟ ମାଧ୍ୟମରେ ଆମେରିକୀୟ ପୃଥିବୀରୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇଛୁ । ମୁଁ ନାସା ଏବଂ ସ୍ପେସ୍ ଏକ୍ସ ଦଳ ପାଇଁ ଗର୍ବିତ, ଯାହା ଆମକୁ ଏହି ମୁହୂର୍ତ୍ତ ଦେଖିବାର ସୁଯୋଗ ଦେଇଛି | ଯେତେବେଳେ ଆପଣ ଏହି ଦଳକୁ ଏହି ରକେଟରେ ଦେଖନ୍ତି (ଫାଲକନ୍ 9) ଏହା ଏକ ଭିନ୍ନ ପ୍ରକାରର ଅନୁଭବ | ଏହା ହେଉଛି ଆମର ଦଳ | ଏହା ହେଉଛି ଲଞ୍ଚ ଆମେରିକା। ‘

ଆମେରିକାର ସମୟ ଅନୁଯାୟୀ, ରାତି ୩.୨୨ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ଉଭୟ ମହାକାଶଚାରୀ ସମସ୍ତ ପ୍ରସ୍ତୁତି ସହିତ ସ୍ପେସ୍ ଏକ୍ସ ରକେଟରେ ବସିଥିଲେ । କାଉଣ୍ଟଡାଉନ୍ ଶେଷ ହେବା ପରେ ବିମାନଟି ମହାକାଶ ଆଡକୁ ଉଡିଯାଇଥିଲା । ଏହାପୂର୍ବରୁ ବୁଧବାର ଦିନ ଖରାପ ପାଗ ହେତୁ ଲଞ୍ଚକୁ କାର୍ଯ୍ୟସୂଚୀ ଠାରୁ 16 ମିନିଟ ପୂର୍ବରୁ ସ୍ଥଗିତ ରଖିବାକୁ ପଡିଥିଲା।

Elon Muskଙ୍କ କମ୍ପାନୀ SpaceX ରକେଟ୍ ମହାକାଶଚାରୀ ରବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲିଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)କୁ ଉତକ୍ଷେପଣ କରିଛି | ଏହି ଦୁଇ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ପହଞ୍ଚିବା ପାଇଁ ୧୯ଘଣ୍ଟା ଯାତ୍ରା କରନ୍ତି | ୨୦୧୧ରେ ସ୍ପେସ୍ ସଟଲ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଥମ ଥର ପାଇଁ ଆମେରିକାର ମହାକାଶଚାରୀମାନଙ୍କୁ ଆମେରିକାର ମାଟିରୁ ମହାକାଶକୁ ପଠାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ରୁଷିୟାର ସୋୟୁଜ୍ (Soyuz)କୁ ବ୍ୟବହାର କରାଯାଇଥିଲା | ପ୍ରଥମ ଥର ପାଇଁ ଏକ ଘରୋଇ କମ୍ପାନୀ ଏହି ରକେଟ୍ ଜରିଆରେ ସ୍ପେସ୍‌କୁ ଯିବ ।

ଆମେରିକାର ବିଲେନିୟର Elon Muskଙ୍କ କମ୍ପାନୀ SpaceX ରକେଟରେ ଦୁଇ ଜଣ ମହାକାଶଚାରୀଙ୍କୁ ପଠାଯାଇଛି । ଯାହାକି ଇତିହାସରେ ପ୍ରଥମ ଘଟଣା । ଦେଖିବାକୁ ଗଲେ ଏହା ମହାକାଶ ଯାତ୍ରାରେ ବାଣିଜିକ୍ୟ ଯୁଗର ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି । ପୂର୍ବରୁ ଦେଶରେ ନିଜ ନିଜ ସଂସ୍ଥା ଏପରି କାମ କରୁଥିଲେ, କିନ୍ତୁ ଏବେ ଏକ ଘରୋଇ କମ୍ପାନୀ ନିଜ ଖର୍ଚ୍ଚରେ ମହାକାଶଚାରୀଙ୍କୁ ପଠାଇବା ଘଟଣା ସାରାବିଶ୍ୱରେ ମହାକାଶରେ ବାଣିଜିକ୍ୟ ଯାତ୍ରାର ନୂଆ ଯୁଗ ଆରମ୍ଭ ହୋଇଯାଇଛି ।



from Prameya News7 https://ift.tt/3ez3t3b
ଆମେରିକା ଲେଖିଲା ଇତିହାସ : ବାଣିଜିକ୍ୟ ମହାକାଶ ଯାତ୍ରାର ନୂଆ ଯୁଗ, ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶରେ SpaceX ସିପ୍‌ ଆମେରିକା ଲେଖିଲା ଇତିହାସ : ବାଣିଜିକ୍ୟ ମହାକାଶ ଯାତ୍ରାର ନୂଆ ଯୁଗ, ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶରେ SpaceX ସିପ୍‌ Reviewed by SUBHENDU BARAL on May 30, 2020 Rating: 5

No comments:

Powered by Blogger.