ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀ ବସ୍ Rajalaxmi Sahoo

ବାଲେଶ୍ୱର: ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀଙ୍କୁ ଧରି ଯାଉଥିବା ଏକ ବସ୍। ପଡ଼ିଛି। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର-ନୂଆଗାଁ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ, ବସ୍‌ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ ମଙ୍ଗଳପୁର-ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ବସ୍‌ରେ ୩୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଥିବାବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି।  



from OTV Khabar. https://ift.tt/36HVIoZ
ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀ ବସ୍ Rajalaxmi Sahoo ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀ ବସ୍ Rajalaxmi Sahoo Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.