ଦୁଃଖ ଦେଖିପାରିଲେନି ବଲିଉଡ ଅଭିନେତା…ତାଲାବନ୍ଦ ଯୋଗୁଁ ଗାଁକୁ ଯାଇପାରୁନଥିବା ଲୋକଙ୍କ ପାଇଁ ନିଜ ଖର୍ଚ୍ଚରେ କରୁଛନ୍ତି ସବୁ ପ୍ରକାର ବନ୍ଦବୋସ୍ତ, ଘରକୁ ଚାହୁଁଥିବା ଶ୍ରମିକଙ୍କ ପାଇଁ ହ୍ୱାଟସଆପ୍ ଓ ଟୋଲ ଫ୍ରି ନମ୍ବର ଜାରି କଲେ ସୋନୁ Kanak News

କନକ ବ୍ୟୁରୋ: କରୋନା ଭାଇରସ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ଦିନକୁ ଦିନ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଏହି ଭାଇରସକୁ ପ୍ରତିହତ କରିବା ପାଇଁ ତାଲାବନ୍ଦ କଟକଣା ଜାରି ହୋଇଛି ସତ ହେଲେ କରୋନା କଟକଣା ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ ଅଭିଶାପ ପାଲଟିଯାଇଛି । କାମଧନ୍ଦା ହରାଇ କିଏ ଦାରିଦ୍ରାତା ସହ ସଂଘର୍ଷ କରୁଛି ତ ପୁଣି କିଏ ଘରକୁ ଫେରିନପାରି ଭୋକ ଉପାସରେ ଜୀବନ ହାରୁଛି ।

ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଅସହାୟଙ୍କ ପାଇଁ ଭଗବାନ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ତାଲାବନ୍ଦ ଯୋଗୁଁ ଘରକୁ ଫେରି ନପାରି ଫଶିରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ । ବଡ ପରଦାର ଏହି ଖଳନାୟକ ବର୍ତ୍ତମାନ ନାୟକ ପାଲଟିଯାଇଛନ୍ତି ଆଉ ଲକଡାଉନ କଟକଣାରେ ଫଶି ରହିଥିବା ଜଣେ ଜଣେ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ଆରମ୍ଭ କରିଦେଇଛନ୍ତି ଜୋରଦାର କ୍ୟାଂପେନ । କେବଳ ଏତିକି ନୁହେଁ ଯାତ୍ରା ସମୟରେ ଯେପରି କେହି ଅସୁବିଧା ନ ଭୋଗନ୍ତୁ ସେଥିପାଇଁ ସୁଖିଲା ଖାଦ୍ୟ ଏବଂ ପାଣି ବ୍ୟବସ୍ଥା ମଧ୍ୟ କରିଦେଉଛନ୍ତି । ଯାହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଏନେଇ ସୋନୁ ନିଜ ଟ୍ୱିଟର ପେଜରେ ଏବେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ମୋର ପ୍ରିୟ ଶ୍ରମିକ ଭାଇଭଉଣୀମାନେ…ଯଦି ଆପଣ ମୁମ୍ବାଇରେ ଅଛନ୍ତି ଏବଂ ନିଜ ଘରକୁ ଯିବାକୁ ଚାହୁଛନ୍ତି ତେବେ ଦୟାକରି ୧୮୦୦୧୨୧୩୭୧୧ ନମ୍ବରକୁ କଲ୍ କରନ୍ତୁ କିମ୍ବା ନିଜ ନାଁ ଏବଂ ଠିକଣା ୯୩୨୧୪୭୨୧୧୮ହ୍ୱାଟସଅପ ନମ୍ବରକୁ ପଠାନ୍ତୁ । ତା ସହ ଆପଣ କେତେ ଜଣେ ଏବଂ କେଉଁ ଜାଗାକୁ ଯିବାକୁ ଚାହୁଁଛନ୍ତି ତାକୁ ମଧ୍ୟ ଏହି ନମ୍ବର ଜରିଆରେ ମୋ ନିକଟକୁ ପଠାନ୍ତୁ । ତେବେ ସୋନୁଙ୍କର ଏଭଳି ମହାନ କାର୍ଯ୍ୟକୁ ଲୋକେ ଏବେ ପ୍ରଶଂସା ନ କରି ରହିପାରୁନାହାନ୍ତି ।

ଏପରିକି ଟ୍ୱିଟରେ ଜଣେ ବ୍ୟକ୍ତି ତାଙ୍କୁ ଟ୍ୟାଗ କରି କହିଛନ୍ତି, ବିହାରର ସିୱାନ ଜିଲ୍ଲାରେ ତାଙ୍କର ଏକ ପ୍ରତିମୂର୍ତ୍ତୀ ତିଆରି ଚାଲିଛି । ସେହିଭଳି ଜଣେ ବ୍ୟକ୍ତି ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, କରୋନା ମହାମାରୀ ସଂକଟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦଙ୍କୁ ପଦ୍ମ ବିଭୁଷଣ ପୁରସ୍କାର ପାଇଁ ନିବେଦନ କରିଛନ୍ତି । ଯାହାକୁ ଅନେକ ଲୋକ ସମର୍ଥନ ମଧ୍ୟ ଜଣାଇଛନ୍ତି । କିନ୍ତୁ ଏହାର ଉତରରେ ସୋନୁ ସୁଦ ଯାହା ଲେଖିଥିଲେ ତାହା ତାଙ୍କର ଦୟାଶୀଳତାକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ସୋନୁ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ମୋ ଦ୍ୱାରା ନିଜ ଭିଟାମାଟିକୁ ଫେରିପାରୁଥିବା ପ୍ରାବାସୀଙ୍କଠାରୁ ମିଳୁଥିବା ପ୍ରତିଟି ଫୋନକଲ ହେଉଛି ମୋ ପାଇଁ ସବୁଠୁ ବଡ ପୁରସ୍କାର । ଭଗବାନଙ୍କ ନିକଟରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି ଯେ, ମୋତେ ଏହି ପୁରସ୍କାର ହଜାର ହଜାର ସଂଖ୍ୟାରେ ମିଳୁଛିି । ବାସ୍ତବରେ ସୋନୁଙ୍କ ଏହି ମହାନ କାର୍ଯ୍ୟ ସତେ ଯେମିତି ପ୍ରବାସୀମାନଙ୍କ ମୁହଁରେ ହସ ଫୁଟାଇଦେଇଛି ।



from Kanak News https://ift.tt/2M70QJW https://ift.tt/3da7JpH
ଦୁଃଖ ଦେଖିପାରିଲେନି ବଲିଉଡ ଅଭିନେତା…ତାଲାବନ୍ଦ ଯୋଗୁଁ ଗାଁକୁ ଯାଇପାରୁନଥିବା ଲୋକଙ୍କ ପାଇଁ ନିଜ ଖର୍ଚ୍ଚରେ କରୁଛନ୍ତି ସବୁ ପ୍ରକାର ବନ୍ଦବୋସ୍ତ, ଘରକୁ ଚାହୁଁଥିବା ଶ୍ରମିକଙ୍କ ପାଇଁ ହ୍ୱାଟସଆପ୍ ଓ ଟୋଲ ଫ୍ରି ନମ୍ବର ଜାରି କଲେ ସୋନୁ Kanak News ଦୁଃଖ ଦେଖିପାରିଲେନି ବଲିଉଡ ଅଭିନେତା…ତାଲାବନ୍ଦ ଯୋଗୁଁ ଗାଁକୁ ଯାଇପାରୁନଥିବା ଲୋକଙ୍କ ପାଇଁ ନିଜ ଖର୍ଚ୍ଚରେ କରୁଛନ୍ତି ସବୁ ପ୍ରକାର ବନ୍ଦବୋସ୍ତ, ଘରକୁ ଚାହୁଁଥିବା ଶ୍ରମିକଙ୍କ ପାଇଁ ହ୍ୱାଟସଆପ୍ ଓ ଟୋଲ ଫ୍ରି ନମ୍ବର ଜାରି କଲେ ସୋନୁ Kanak News Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.