ମହିଳାଙ୍କ ପେଟରୁ ବାହାରିଲା ୪ ଫୁଟର ଗଜ୍ କପଡା : କ୍ରମାଗତ ଯନ୍ତ୍ରଣା ପରେ ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର, ରାଜଧାନୀର ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ସମୟରେ ପ୍ରସୂତୀଙ୍କ ପେଟରେ କପଡା ଛାଡି ଦେଇଥିଲେ ଡାକ୍ତର Kanak News

କନକ ବ୍ୟୁରୋ : ମହିଳାଙ୍କ ପେଟରୁ ବାହାରିଲା ୪ ଫୁଟର ଗଜ୍ କପଡା । କଟକର ଏକ ଘରୋଇ ହସ୍ପିଟାଲରେ ଅପରେସନ କରି ଡାକ୍ତର ଏହି କପଡାକୁ ବାହାର କରିବା ପରେ ସମସ୍ତେ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି । କପଡା କାଢିଥିବା ଡାକ୍ତର କହିଛନ୍ତି ଏହା ଚିକିତ୍ସା ସମୟରେ ଏକ ବଡ ଧରଣର ଅବହେଳା । ପୂର୍ବରୁ ମହିଳା ଜଣକ ଯେଉଁଠାରେ ପ୍ରସବ କାଳୀନ ଅସ୍ତ୍ରୋପଚାର କରାଇଥିଲେ ସେଠାରେ ଏହିପରି ଗୁରୁତର ତ୍ରୁଟି ହୋଇଥିବା ଡାକ୍ତର କହିଛନ୍ତି । ପେଟରୁ ୪ ଫୁଟ ଲଂବର ଗଜ୍ କପଡା ବାହାର କରିବା ପରେ ମହିଳା ଜଣକ ଏବେ ସୁସ୍ଥ ଅଛନ୍ତି । ଆଗ ପରି ଆଉ ପେଟ ଯନ୍ତ୍ରଣା ହେଉନାହିଁ ।

ସୂଚନା ଅନୁସାରେ ଜନୈବ ବେଗମ୍ ନାମକ ମହିଳା ଜଣକ , ରାଜଧାନୀର ଏକ ଘରୋଇ ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା । ଏହା ପରେ କିନ୍ତୁ ତାଙ୍କ ପେଟରେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ଦିନକୁ ଦିନ ଏହି ଯନ୍ତ୍ରଣା ବଢିବାରେ ଲାଗିଲା । ଏପରିକି ସେ ଭଲ ଭାବେ ଠିଆ ହୋଇ ଚାଲି ପାରୁ ନଥିଲେ । ଅଲଟ୍ରାସାଉଣ୍ଡରୁ ଜଣାପଡିଥିଲା ତାଙ୍କ ପେଟ ଭିତରେ କିଛି ବାହ୍ୟ ସାମଗ୍ରୀ ରହିଯାଇଛି ।

କଟକରେ ଏକ ଘରୋଇ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ଥରେ ଅସ୍ତ୍ରୋପଚାର କରାଯାଇଥିଲା । ଫଳରେ ତାଙ୍କ ପେଟରୁ ବାହାରିଥିଲା ୪ ଫୁଟର ଗଜ୍ କପଡା । ଏହି କପଡା ଆହୁରୀ ଅଧିକ ଦିନ ରହିଥିଲେ ମହିଳାଙ୍କ ଜୀବନ ପ୍ରତି ବିପଦ ହୋଇଥାନ୍ତା ବୋଲି ଡାକ୍ତର କହିଛନ୍ତି । ମହିଳା ଜଣକ ଏବେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ।



from Kanak News https://ift.tt/3gC2ykC https://ift.tt/36Cv7K3
ମହିଳାଙ୍କ ପେଟରୁ ବାହାରିଲା ୪ ଫୁଟର ଗଜ୍ କପଡା : କ୍ରମାଗତ ଯନ୍ତ୍ରଣା ପରେ ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର, ରାଜଧାନୀର ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ସମୟରେ ପ୍ରସୂତୀଙ୍କ ପେଟରେ କପଡା ଛାଡି ଦେଇଥିଲେ ଡାକ୍ତର Kanak News ମହିଳାଙ୍କ ପେଟରୁ ବାହାରିଲା ୪ ଫୁଟର ଗଜ୍ କପଡା : କ୍ରମାଗତ ଯନ୍ତ୍ରଣା ପରେ ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର, ରାଜଧାନୀର ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ସମୟରେ ପ୍ରସୂତୀଙ୍କ ପେଟରେ କପଡା ଛାଡି ଦେଇଥିଲେ ଡାକ୍ତର Kanak News Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.