ପିଶାଚ ପାଲଟିଲା ବାପା ! ପୁଅକୁ ହତ୍ୟା ପରେ ଘର ବାରିପଟେ ପୋତିଦେଲା; ୭ ଦିନ ପରେ ମୃତଦେହ ଜବତ Kanak News

କନକ ବ୍ୟୁରୋ: ପୁଅକୁ ହତ୍ୟା କରି ବାଡିରେ ପୋତିଦେଲା ବାପା । ଏଭଳି ପୈଶାଚିକ କାଣ୍ଡ ଘଟିଛି ଆଠଗଡ ପାଖ ଗରୁଡିଝାଟିଆ ଥାନା ଅଂଚଳର ଗୋବରା ଗାଁରେ । ହତ୍ୟାକାଣ୍ଡର ୭ ଦିନ ପରେ ମୃତଦେହକୁ ଜବତ କଲା ପୁଲିସ । ମୃତକ ହେଲେ କୁନା ଦେହୁରୀ । ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀକୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା କରୁଛି । ପୁଅକୁ ହତ୍ୟା ପରେ ଘର ପଛପଟ ବାରିରେ ପୋତି ଦେଇଥିଲା । କୌଣସି ସୁତ୍ରରୁ ହତ୍ୟାକାଣ୍ଡର ଖବର ପାଇ ଗରୁଡିଝାଟିଆ ଥାନା ପୁଲିସ ଗୋବରା ଗାଁରେ ପହଂଚି ନରେନ୍ଦ୍ର ଘର ବାଡିରୁ ପୁଅର ମୃତଦେହ ଜବତ କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲାର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁର ସିଆଳି ସାହିରେ ରହୁଥିବା ନରେନ୍ଦ୍ର ଦେହୁରୀଙ୍କ ବଡ଼ ପୁଅ କୁନିଆଁ (୨୮) ଜଣେ ନିଶାଡ଼ି। ସେ ନିୟମିତ ଭାବେ ମଦ, ଗଞ୍ଜେଇ ଖାଇ ଘରେ ପାଟିତୁଣ୍ଡ କରୁଥିଲା ଏବଂ ମାରପିଟ ବି କରୁଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ବିବାହିତ କୁନିଆଁର ସ୍ତ୍ରୀ ବି ପ୍ରାୟ ବର୍ଷେ ହେବ ଘର ଛାଡ଼ି ଚାଲିଯାଇଥିଲେ। ବଡ଼ପୁଅର ଦୌରାତ୍ମରେ ଅତିଷ୍ଠ ହୋଇ ବାପା ନରେନ୍ଦ୍ର ଦେହୁରୀ ଓ ତାଙ୍କ ସାନ ପୁଅ ଟିଟୁଆ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଗତ ରବିବାର ଦିନ କୁନିଆଁକୁ ଟାଙ୍ଗିଆ ଓ ଠେଙ୍ଗା ସହାୟତାରେ ମାରି ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିଲେ। ୫ଦିନ ହେଲା ପୁଅକୁ ଦେଖିନଥିଲେ ସ୍ଥାନୀୟ ଲୋକେ । ଏନେଇ ଗୁରୁଡିଝାଟିଆ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇବା ପରେ ତଦନ୍ତ କରିବା ପରେ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗତକାଲି ଗିରଫ କରିଛି।

ହେଲେ ସାନ ପୁଅ ଟିଟୁଆ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଆଜି ପୁଲିସ୍ ମୃତ କୁନିଆର ଶବ ବ୍ୟବଚ୍ଛେଦ କରିବ ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବ। ଅପରପକ୍ଷରେ ଆଜି ଅଭିଯୁକ୍ତ ନରେନ୍ଦ୍ର ଦେହୁରୀଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି ।



from Kanak News https://ift.tt/2yGPid5 https://ift.tt/2Baom6p
ପିଶାଚ ପାଲଟିଲା ବାପା ! ପୁଅକୁ ହତ୍ୟା ପରେ ଘର ବାରିପଟେ ପୋତିଦେଲା; ୭ ଦିନ ପରେ ମୃତଦେହ ଜବତ Kanak News ପିଶାଚ ପାଲଟିଲା ବାପା ! ପୁଅକୁ ହତ୍ୟା ପରେ ଘର ବାରିପଟେ ପୋତିଦେଲା; ୭ ଦିନ ପରେ ମୃତଦେହ ଜବତ Kanak News Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.