ବାତ୍ୟାଠୁ ବଳିଗଲା କାଳବୈଶାଖୀର ତାଣ୍ଡବ: ପୁରୀ ଜିଲ୍ଲା କୋଣାର୍କ ଓ ଗୋପରେ ବର୍ଷା ଓ ପବନ ମାଡିରେ ଉଜୁଡିଗଲା ଫସଲ; ପାଣିରେ ଭାସୁଛି ଶହ ଶହ ଏକର ଜମିର ଧାନ Kanak News
କନକ ବ୍ୟୁରୋ: ବାତ୍ୟାଠୁ ବଳିଗଲା କାଳ ବୈଶାଖୀର ତାଣ୍ଡବ । କାଳ ବୈଶାଖୀର ପ୍ରକୋପରେ ପୁରୀ ଜିଲ୍ଲା କୋଣାର୍କ ଓ ଗୋପ ବ୍ଲକରେ ବ୍ୟାପକ ଫସଲହାନୀ ହୋଇଛି । ପ୍ରାୟ ଘଂଟାଏ ଧରି ବର୍ଷା ପବନରେ ନଷ୍ଟ ହୋଇଯାଇଛି ଶହ ଶହ ଏକର ଧାନ ଫସଲ । ସ୍ଥିତି ଏମିତି ହୋଇଛି ଯେ, ଅମଳ ଅପେକ୍ଷାରେ ଥିବା ଧାନ ବିଲ ଭିତରେ ପାଣିରେ ବୁଡି ରହିଛି । ବାତ୍ୟା ଫନି ଓ ଅମ୍ଫାନ ପରେ ଏହି କାଳ ବୈଶାଖୀ ଯେମିତି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଗୋପ ବ୍ଲକର ବଉଲାଙ୍ଗ ପଂଚାୟତ ବିଶେଷ ଭାବରେ ପ୍ରଭାବିତ ହୋଇଛି । ସେହିପରି ନୂଆଖୋଲମରା, ବର୍ତୁଙ୍ଗ, ଏରବଙ୍ଗ, ପାୟରା, ବନାଖଣ୍ଡି, ବନ୍ତୁଲିଗାଁ, ମହଲାପଡ଼ା ଆଦି ଅଂଚଳରେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ବଡ଼ କଥା ହେଉଛି ଧାର-ଉଦାର କରି ଚାଷ କରିଥିବା ଚାଷୀ ଏବେ କେମିତି ଭରଣା କରିବେ ଏବଂ କେମିତି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।
ସେପଟେ ଜୁନ ୧୫ କିମ୍ବା ଏହା ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅଗ୍ରାନାଇଜେସନ ଅଫ ଦି ୟୁନାଇଟେଡ ନେସନସ ଏହା କହିଛି । ଏଫଏଓ ପକ୍ଷରୁ ଏହି ସୂଚନା ଆସିିଥିବା କହିଛନ୍ତି ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର । ତେବେ ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ଚତେନ ଅଛନ୍ତି । କଂଟ୍ରୋଲ ରୁମ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତନ ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ପଙ୍ଗପାଳ ଆସିବେ କି ନାହିଁ ସେତେବେଳେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ମୁଥୁ କୁମାର ।
from Kanak News https://ift.tt/2TTS71X https://ift.tt/36JXvKh
No comments: