୬୦ ବର୍ଷ ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ: ଜୁନ ମାସରେ ହୋଇପାରନ୍ତି ଓଡ଼ିଶା ମୁହାଁ; ୬୦ ଦଶକରେ ପଙ୍ଗପାଳ ପ୍ରସଙ୍ଗରେ ଲେଖିଥିଲେ ଗୋଦାବରୀଶ Kanak News

କନକ ବ୍ୟୁରୋ: ୬୦ ବର୍ଷ ପରେ ଓଡିଶା ମୁହାଁଇ ପାରନ୍ତି ପଙ୍ଗପାଳ । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ଜୁନ୍ ୧୫ ପରେ ବିହାର ଓ ଓଡିଶାକୁ ପଙ୍ଗପାଳ ଆସିପାରନ୍ତି । ୧୯୬୦ ମସିହାରେ ଓଡିଶାକୁ ପଙ୍ଗପାଳ ଆସିଥିଲେ ବୋଲି ଉଲ୍ଲେଖ ରହିଛି । ବିଶିଷ୍ଟ କବି ଗୋଦାବରିଶ ମହାପାତ୍ର, ତାଙ୍କ ଗ୍ରନ୍ଥାବଳୀରେ ଏନେଇ ଉଲ୍ଲେଖ କରିଥିଲେ । ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ-ଓୟୁଏଟି ପକ୍ଷରୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ ଓଡିଶା ସରକାର ବୈଠକ କରି ଏହାର ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି ।

ତେବେ ୧୯୬୦ ମସିହା ନଭେମ୍ବର ମାସରେ ବିଶିଷ୍ଟ କବି ଗୋଦାବରୀଶ ମହାପାତ୍ର, ତାଙ୍କ ଗ୍ରନ୍ଥାବଳୀରେ ଏନେଇ ଉଲ୍ଲେଖ କରିଛନ୍ତି । ସେ ଏହାକୁ ଏକ ଶିକାରୀ ଦଳ ବୋଲି ବର୍ଣ୍ଣନା କରି ଓଡିଶାର କ୍ଷେତକୁ ନଷ୍ଟ କରି ଦେଇଥିବା କହିଛନ୍ତି । ଲାଲ, ଧୂସର ଓ ସବୁଜ ରଙ୍ଗର ପଙ୍ଗପାଳ, ଦଳ ଦଳ ହୋଇ ମାଡି ଆସି, ବାଟଘାଟରେ ଓ ଶାସନ ପୀଠରେ ସେମାନେ ଚରିଗଲେ ବୋଲି ଉଲ୍ଲେଖ କରିଛନ୍ତି । ୧୯୬୦ ମସିହା ନଭେମ୍ବର ମାସରେ ‘ଗୋଦାବରୀଶ ରଚନାବଳୀ’ରେ ଏଭଳି ବର୍ଣ୍ଣନା କରିଛନ୍ତି । ଏଥିରୁ ଆଭାସ ମିଳେ ପ୍ରାୟ ୬୦ ବର୍ଷ ପୂର୍ବରୁ ଓଡିଶାରେ ଏଭଳି ଏକ ପଙ୍ଗପାଳ ଆକ୍ରମଣ ହୋଇଥିଲା ।



from Kanak News https://ift.tt/3dnALC7 https://ift.tt/3ckkBZ7
୬୦ ବର୍ଷ ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ: ଜୁନ ମାସରେ ହୋଇପାରନ୍ତି ଓଡ଼ିଶା ମୁହାଁ; ୬୦ ଦଶକରେ ପଙ୍ଗପାଳ ପ୍ରସଙ୍ଗରେ ଲେଖିଥିଲେ ଗୋଦାବରୀଶ Kanak News ୬୦ ବର୍ଷ ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ: ଜୁନ ମାସରେ ହୋଇପାରନ୍ତି ଓଡ଼ିଶା ମୁହାଁ; ୬୦ ଦଶକରେ ପଙ୍ଗପାଳ ପ୍ରସଙ୍ଗରେ ଲେଖିଥିଲେ ଗୋଦାବରୀଶ Kanak News Reviewed by SUBHENDU BARAL on May 31, 2020 Rating: 5

No comments:

Powered by Blogger.