୧୬୯ ଜଣ ଓଡିଆ ଝିଅଙ୍କୁ କେରଳରୁ ଓଡିଶା ବିମାନରେ ଆଣିବା ଘଟଣା: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଓଡିଶା ସରକାରଙ୍କ ସାଧୁବାଦ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହେଲା ଟୁଇଟ୍ Kanak News

କନକ ବ୍ୟୁରୋ: କୋରନାର କଠୋର ସ୍ଥିତିରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ମହାନତାର ଯେଉଁ ଉଦାହରଣ ଦେଖାଇଛନ୍ତି , ତାକୁ ନେଇ ଓଡିଶା ସରକାର , ଅଭିନେତା ସୋନୁ ସୁଦଙ୍କୁ ସାଧୁବାଦ ଜଣାଇଛି । କେବଳରେ ଫସି ରହିଥିଲେ ଓଡିଶାର ୧୬୯ ଜଣ ଝିଅ । ସେଠାରେ କଂପାନୀ ସେମାନଙ୍କୁ ଦରମା ଦେଉନଥିଲା , ଖାଇବାକୁ ବି ବଡ ସମସ୍ୟା ହେଉଥିଲା । ଏପରି ସ୍ଥିତିରେ ଉଦ୍ଧାର ପାଇଁ ସେମାନେ ନିବେଦନ କରିଥିଲେ ।

ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଉଦ୍ୟମରେ ଏହି ସମସ୍ତ ଓଡିଆ ଝିଅ ବିମାନ ଯୋଗେ କେରଳରୁ ଆସି ଭୁବନେଶ୍ୱରରେ ପହଁଚିବା ପରେ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାକୁ ବସ୍ ଯୋଗେ ପଠାଇ ଦିଆଯାଇଛି । ତାଲାବନ୍ଦ ଭିତରେ ଗତ ୨ ମାସ ହେଲା ଫସି ରହିଥିଲେ ସମସ୍ତେ । ସମସ୍ତେ ବିମାନ ବନ୍ଦରରେ ପହଁଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ୪ଟି ବସ୍ ରେ କ୍ୱାରେଂଟିନ ସେଂଟରକୁ ପଠାଯାଇଛି ।



from Kanak News https://ift.tt/3cgE1hs https://ift.tt/3ch4ISY
୧୬୯ ଜଣ ଓଡିଆ ଝିଅଙ୍କୁ କେରଳରୁ ଓଡିଶା ବିମାନରେ ଆଣିବା ଘଟଣା: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଓଡିଶା ସରକାରଙ୍କ ସାଧୁବାଦ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହେଲା ଟୁଇଟ୍ Kanak News ୧୬୯ ଜଣ ଓଡିଆ ଝିଅଙ୍କୁ କେରଳରୁ ଓଡିଶା ବିମାନରେ ଆଣିବା ଘଟଣା: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଓଡିଶା ସରକାରଙ୍କ ସାଧୁବାଦ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହେଲା ଟୁଇଟ୍ Kanak News Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.