ପରଲୋକରେ ହକି କିମ୍ବନ୍ଦନ୍ତୀ ବଲବୀର ସିଂହ: ମୋହାଲିରେ ୯୫ବର୍ଷ ବୟସରେ ପଦ୍ମଶ୍ରୀ ବଲବୀର ସିଂହଙ୍କ ଦେହାନ୍ତ; ୩ଥର ଅଲମ୍ପିକ ହକି ଗୋଲ୍ଡ ବିଜେତା ଥିଲେ Kanak News

କନକ ବ୍ୟୁରୋ: ପରଲୋକରେ ଅଲମ୍ପିକ ହକି ଗୋଲ୍ଡ ବିଜେତା ବଲବୀର ସିଂହ । ମୋହାଲିରେ ୯୫ବର୍ଷ ବୟସରେ ପଦ୍ମଶ୍ରୀ ବଲବୀର ସିଂହଙ୍କ ଦେହାନ୍ତ । ବଲବୀର ୧୯୪୮,୧୯୫୨,୧୯୫୬ ରେ ଅଲିମ୍ପିକ ହକି ଗୋଲ୍ଡ ବିଜେତା ହୋଇଥିଲେ। ୯୫ବର୍ଷୀୟ ବଲବୀର ଜ୍ଵରରେ ଆକ୍ରାନ୍ତ ହେବାରୁ ତାଙ୍କୁ କିଛି ଦିନ ତଳେ ମୋହଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର କରୋନା ଭୂତାଣୁ ପରୀକ୍ଷା ହୋଇଥିଲା। ତାହାର ରିପୋର୍ଟ ନେଗେଟିଭ ଆସିଥିଲା।
ତିନିଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହକି କିମ୍ବଦନ୍ତୀ ବଲବୀର ସିଂହ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଗ୍ରାମ କରିବା ପରେ ଆଜି ତାଙ୍କର ପରଲୋକ ଘଟିଛି ।
ଦେଶର ସର୍ବଶ୍ରେଷ୍ଠ ଆନ୍ଥଲେଟଙ୍କ ମଧ୍ୟରୁ ପଦ୍ମଶ୍ରୀ ବଲବୀର ସିଂହ ଆଧୁନିକ ଅଲମ୍ପିକ୍ ଇତିହାସରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ମନୋନୀତ ୧୬ଟି କିମ୍ବଦନ୍ତୀ ମଧ୍ୟରେ ଥିଲେ ଏକମାତ୍ର ଭାରତୀୟ । ଅଲମ୍ପିକ୍ସର ପୁରୁଷ ହକି ଫାଇନାଲରେ ଅଧିକାଂଶ ଗୋଲ ପାଇଁ ତାଙ୍କର ବିଶ୍ୱ ରେକର୍ଡ ଏପର୍ଯ୍ୟନ୍ତ ଅପରାଜିତ ରହିଛି।
from Kanak News https://ift.tt/3eiKv0u https://ift.tt/2zrEWhG
No comments: