ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ Kanak News

କନକ ବ୍ୟୁରୋ : ବ୍ରହ୍ମପୁରର ଏକ ଘରେ ନିଆଁଲାଗିଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ଅଛନ୍ତି । ଭୋର ପ୍ରାୟ ୨ଟା ୧୫ରେ ବ୍ରହ୍ମପୁରର ଗୋଷାଣୀନୂଆ ଗାଁ ପାଣିଗ୍ରାହୀ ସାହିରେ ଏହି ଘଟଣା ଘଟିଛି । ଏସିରେ ନିଆଁଲାଗିଯିବା ଫଳରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ନିଆଁ ଲାଗିଯିବା ଯୋଗୁଁ ଅଲେଖ ଚୌଧୁରୀ କିଛି ଲୋକଙ୍କୁ ବଂଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ ଓ ଅନ୍ୟ ଦୁଇଜଣ ଘର ଭିତରେ ଶ୍ୱାସରୁ୍ଦ୍ଧ ହୋଇଯାଇଥିଲେ ।
ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଏମକେସିଜି ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅନ୍ୟ ଦୁଇଜଣ ହେଲେ ୬୯ ବର୍ଷୀୟ ଭଗବାନ ପାତ୍ର ଓ ୧୯ ବର୍ଷିୟ ଯୁବକ ସୁନୀଲ ବେହେରା । ସଟ ସର୍କିଟ ଯୋଗୁଁ ଏସିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
from Kanak News https://ift.tt/3deDzS2 https://ift.tt/38HX0AY
ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ Kanak News
Reviewed by SUBHENDU BARAL
on
May 28, 2020
Rating:
No comments: