ବାଲିପାଟଣା ୨୭।୫: ରାଜସ୍ଵ ନିରୀକ୍ଷକଙ୍କ ସରକାରୀ ବାସଭବନରୁ ନାଗସାପ ଉଦ୍ଧାର । ବାଲିଅନ୍ତା ପ୍ରତାପ ଶାସନ ରାଜସ୍ଵ ନିରୀକ୍ଷକ ସାରଦା ପତିଙ୍କ ସରକାରୀ ବାସଭବନରେ ନାଗ ସାପଟି ପଶି ଯାଇଥିଲା ।

ସାରଦା ନାଗ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ । ସେ ତୁରନ୍ତ ସ୍ନେକ୍ ହେଲପ୍ ଲାଇନ୍ କୁ ଫୋନ୍ କରି ଜଣାଇଥିଲେ । ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଁଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ । ନାଗ ସାପଟିର ଲମ୍ବ ୪ ଫୁଟ । ବହି ଥାକରେ ଲୁଚି ରହିଥିଲା ସାପ।
from Prameya News7 https://ift.tt/2M0JCh5
୪ ଫୁଟ ଲମ୍ବର ନାଗ ସାପ ଉଦ୍ଧାର
Reviewed by SUBHENDU BARAL
on
May 26, 2020
Rating:
No comments: