ଚିତ୍ରକୋଣ୍ଡା ୦୧।୦୬: ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ପୁଣି ପ୍ରଜା ମେଳି । ନିଜର ହକ ପାଇଁ ଅଣ୍ଟା ଭିଡିଲେ ଯୋଡାମ୍ବୋ ପଞ୍ଚାୟତ ବାସିନ୍ଦା । ପୂର୍ବରୁ ନକ୍ସଲଙ୍କ ନାଲି ଆଖି ତଳେ ଜୀବନ ବିତାଉ ଥିଲେ ଅଞ୍ଚଳ ବାସିନ୍ଦା । ନକ୍ସଲଙ୍କ ଇଙ୍ଗିତରେ ଚାଲୁଥିଲା ବିଚ୍ଛିନ୍ନାଞ୍ଚଳ । ହନ୍ତାଲଗୁଡା ଓ ଦରଲାବେଡା ଠାରେ BSF କ୍ୟାମ୍ପ ସ୍ଥାପିତ ହେବା ପରେ, ବିଚ୍ଛିନ୍ନାଞ୍ଚଳକୁ ନକ୍ସଲମୁକ୍ତ ଅଞ୍ଚଳ କରିବାକୁ ଲାଗି ପଡିଲେଣି ସ୍ଥାନୀୟ ଲୋକେ ।
ଗତକାଲି ଦାର୍ଲାବେଡା ସ୍ଥିତ ସାପ୍ତାହିକ ହାଟରେ ଯୋଡାମ୍ବୋ, ଦାର୍ଲାବେଡା, ସିନ୍ଧୀବାଦୀ, ଜନ୍ତୁରାଇର ପାଖା ପାଖି ୩୦୦ ରୁ ଅଧିକ ଲୋକେ ଏକତ୍ରିତ ହୋଇ ନକ୍ସଲ ମୁକ୍ତ ଅଞ୍ଚଳ କରିବାକୁ ଶପଥ କରିଛନ୍ତି । ଏବଂ ନକ୍ସଲଙ୍କୁ ବିଚ୍ଛିନ୍ନାଞ୍ଚଳ ଛାଡି ଚାଲି ଯିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଯୋଡାମ୍ବୋ ପଞ୍ଚାୟତ ବସିନ୍ଦା ।
from Prameya News7 https://ift.tt/3dpfoRc
ସ୍ଵାଭିମାନ ଅଞ୍ଚଳରେ ଏକାଠି ହେଲେ ୩୦୦ରୁ ଅଧିକ ଲୋକେ, ନକ୍ସଲ ମୁକ୍ତ ଅଞ୍ଚଳ କରିବାକୁ ନେଲେ ଶପଥ
Reviewed by SUBHENDU BARAL
on
May 31, 2020
Rating:
No comments: