ମଦ ନିଶାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ Pradesh Pratyush

କେନ୍ଦ୍ରାପଡ଼ା( ମନୋଜ ସ୍ୱାଇଁ) : ନିଶା ଉଜାଡ଼ି ଦେଲା ସଂସାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାର ଗୋପାଳପୁରରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର। ମଦ ନିଶାରେ ଚୁର୍ ବାବୁଲି ସୂତାର ସହ କୌଣସି କାରଣରୁ ସ୍ତ୍ରୀ ବାସନ୍ତୀର ଝଗଡ଼ା ହୋଇଥିଲା। ନିଶାସକ୍ତ ବାବୁଲି ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ବାସନ୍ତୀକୁ ପିଟି ପିଟି ମାରି ଦେଇଥିଲା ବୋଲି ଅଭିଯୋଗ ହୋଇଛି।

ଏହାପରେ ବାହାର ପଟୁ କବାଟ ବନ୍ଦ କରି ଫେରାର ହୋଇଯାଇଛି। ଘର ବାହାରେ ବାବୁଲିର ୨ ଛୋଟ ଛୋଟ ଝିଅ କାନ୍ଦୁଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତହସିଲଦାରଙ୍କ ଉପସ୍ଥିତରେ କବାଟ ଖୋଲି ଶବ ଉଦ୍ଧାର କରିଥିଲା।

ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିବାବେଳେ, ଅଭିଯୁକ୍ତ ବାବୁଲିକୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି ପୁଲିସ। ସେପଟେ ମାଆର ମୃତ୍ୟୁ ଓ ବାପା ଫେରାର ପରେ ୨ ନିଷ୍ପାପ ଶିଶୁକନ୍ୟା ଅସହାୟ ହୋଇପଡ଼ିଛନ୍ତି।



from OTV Khabar http://bit.ly/2XezWDK
ମଦ ନିଶାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ Pradesh Pratyush ମଦ ନିଶାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ Pradesh Pratyush Reviewed by SUBHENDU BARAL on May 28, 2019 Rating: 5

No comments:

Powered by Blogger.