ମାଆକୁ ପିଟି ପିଟି ମାରିଦେଲା ପୁଅ, ୨୯ତାରିଖରୁ ନିଖୋଜ ଥିଲେ ମହିଳା

ଭଦ୍ରକ ୩୧।୦୫: ପାରିବାରିକ କଳହର କରୁଣ ପରିଣତି । ମାଆକୁ ପିଟି ପିଟି ମାରିଦେଲା ପୁଅ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଞ୍ଚଳରେ । ମାଆ ମାତାଜି ଜେନାକୁ ସାନପୁଅ ନିରଞ୍ଜନ ଜେନା ହତ୍ୟା କରିଥିବା ବାପା ଥାନାରେ ଅଭିଯୋଗ କରିଛନ୍ତି । ନଦୀପଠାରୁ ମାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ନିରଞ୍ଜନକୁ ଭଦ୍ରକ ଧୂସୁରୀ ଥାନାରେ ଅଟକ ରଖିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ପୁଅ ନିରଞ୍ଜନ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛିଦିନ ପୂର୍ବରୁ ଘରକୁ ଫେରିଥିଲେ । ମାଆ ଓ ସାନପୁଅ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା । ପୁଅ ଏକ ଲୁଗା କାନୀରେ ମାର ବେକ ଚିପିବା ସହ ବାଡ଼ିରେ ମାର ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ମାଆ ମାତାଜି ଗତ ୨୯ ତାରିଖରୁ ନିଖୋଜ ଥିଲେ । ମୃତଦେହକୁ ନଈକୂଳରେ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲା । ଏ ନେଇ ନିରଞ୍ଜନଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାନ ପୁଅ ଓ ବୋହୂ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ନିରଞ୍ଜନକୁ ଅଟକ ରଖିଛି ।



from Prameya News7 https://ift.tt/2XfQuOe
ମାଆକୁ ପିଟି ପିଟି ମାରିଦେଲା ପୁଅ, ୨୯ତାରିଖରୁ ନିଖୋଜ ଥିଲେ ମହିଳା ମାଆକୁ ପିଟି ପିଟି ମାରିଦେଲା ପୁଅ, ୨୯ତାରିଖରୁ ନିଖୋଜ ଥିଲେ ମହିଳା Reviewed by SUBHENDU BARAL on May 30, 2020 Rating: 5

No comments:

Powered by Blogger.