ଦିନ ସାଢେ ୧୧ଟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ: ବଡ ଘୋଷଣା ହେବାର ସମ୍ଭାବନା

ଭୁବନେଶ୍ବର୨୮/୫: ଦିନ ସାଢେ ୧୧ଟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ମୁକାବିଲା ସହ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ବିଗ୍ ଚ୍ୟାଲେଞ୍ଜ ରହିଛି। କିଛି ବଡ ଘୋଷଣା ସମ୍ଭାବନା ହେଇପାରେ ବୋଲି ଆଶା କରାଯାଉଛି। ପରେ ମନ୍ତ୍ରୀ ପରିଷଦ ବୈଠକରେ ବିକାଶ ମନ୍ତ୍ର ଦେବେ ନବୀନ। ରାଜ୍ୟରେ କରୋନା ମୁକାବିଲା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।

ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ଣ୍ଣ କରିଛି ବିଜେଡି ସରକାର । ଏହି ପରିପ୍ରେକ୍ଷୀରେ ଆଜି ଦିନ ସାଢେ ୧୧ଟାରେ କ୍ୟାବିନେଟ୍ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହ ଆଲୋଚନା କରିବେ । ଏହି ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ରହିଛି ।

କରୋନା ମହାମାରୀ ସହ ସାରା ଦେଶ ସହ ଓଡ଼ିଶା ମଧ୍ୟ ଲଢ଼ୁଛି । ସବୁଠାରୁ ବଡ଼ ବିପର୍ଯ୍ୟୟ ଆଣିଛି କରୋନା । ଏହା ଫଳରେ ରାଜ୍ୟର ଅର୍ଥନୀତି ବିଶେଷ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ଜୀବନ ଜୀବିକା ହରାଇଥିବା ପ୍ରବାସୀମାନଙ୍କ ପାଇଁ ରୋଜଗାର ବ୍ୟବସ୍ଥା କରିବା ରାଜ୍ୟପାଇଁ ସବୁଠାରୁ ବଡ଼ ଆହ୍ବାନ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ସାଢେ ୩ ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ଅନେକ ପ୍ରବାସୀ ଆଗକୁ ଫେରିବେ । ତେଣୁ ଏମାନଙ୍କ ଥଇଥାନ ସହ ରାଜ୍ୟର ବିକାଶମୂଳକ କାର୍ଯ୍ୟ ସବୁଠାରୁ ବଡ଼ ଆହ୍ବାନ ହେବାର ସମ୍ଭାବନା ରହିଛି ।

ଆଜି ବୈଠକରେ ଏ ସମ୍ପର୍କରେ କିଛି ବଡ଼ ଧରଣର ନିଷ୍ପତ୍ତି ନିଆଯାଇପାରେ । ଏଥିସହିତ ମନ୍ତ୍ରୀ ପରିଷଦ ବୈଠକରେ ବର୍ଷକରେ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିକାଶ ମନ୍ତ୍ର ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



from Prameya News7 https://ift.tt/2TPt0x6
ଦିନ ସାଢେ ୧୧ଟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ: ବଡ ଘୋଷଣା ହେବାର ସମ୍ଭାବନା ଦିନ ସାଢେ ୧୧ଟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ: ବଡ ଘୋଷଣା ହେବାର ସମ୍ଭାବନା Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.