UNICEFର ଚେତାବନୀ- ଶିଶୁଙ୍କ ଜୀବନ ପ୍ରତି ଘନେଇ ଆସୁଛି ବିପଦ Minati Mishra

ସଂଯୁକ୍ତ ରାଷ୍ଟ୍ର:କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବିଶ୍ୱାସ  କରାଯାଉଥିଲା,  ଛୋଟ ପିଲାଙ୍କ ପାଖରେ କରୋନା ରିସ୍କ କମ୍‌ । କିନ୍ତୁ ୟୁନିସେଫ ପକ୍ଷରୁ ଚେତାବନୀ ଦିଆଯାଇଛି, କରୋନାର ପ୍ରଭାବ ଛୋଟ ପିଲାଙ୍କ ପାଇଁ ଏକ ଭୟଙ୍କର ବିପଦ ନେଇ ଆସୁଛି। ସଂଯୁକ୍ତ ରାଷ୍ଟ୍ର ଚିଲ୍‌ଡ୍ରେନ୍ସ ଫଣ୍ଡ ପକ୍ଷରୁ କୁହାଯାଇଛି, କୋଭିଡ଼ -୧୯ ମହାମାରୀ ଯୋଗୁ ଛୋଟ ପିଲାମାନେ ମିଜିଲ୍‌ସ, ଡିପ୍‌ଥେରିଆ ଏବଂ ପୋଲିଓ ପରି ଜୀବନରକ୍ଷକ ଟୀକା ନେବାରୁ ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ସେମାନଙ୍କ ଭବିଷ୍ୟତ ପ୍ରତି ବିପଦ ରହିଛି।

ୟୁନିସେଫ ପକ୍ଷରୁ କୁହାଯାଇଛି, ମହାମାରୀ କୋଭିଡ-୧୯ ପୂର୍ବରୁ ପ୍ରତିବର୍ଷ ମିଜିଲ୍‌ସ, ପୋଲିଓ ଏବଂ ଅନ୍ୟ ଟିକା ନେବାରୁ ଏକବର୍ଷରୁ କମ୍‌ ପ୍ରାୟ ୨ କୋଟି ଶିଶୁ  ବଞ୍ଚିତ ହେଉଛନ୍ତି। ୨୦୧୮ରେ ୧.୩ କୋଟି ଶିଶୁ ଟିକାକରଣରୁ ବଞ୍ଚିତ ହୋଇଥିଲେ।ହେଲେ ଶନିବାର ସଂଯୁକ୍ତରାଷ୍ଟ୍ର ପକ୍ଷରୁ କୁହାଯାଇଛି,  ୨୦୨୦ରେ ପରିସ୍ଥିତି ଆହୁରି ଭୟାବହ ହେବ।

୨୦୨୦ରେ ବିଶ୍ୱ କରୋନ ଭାଇରସ ସହ ଲଢୁଛି । ଯାହାଫଳରେ ବିଶ୍ୱର ଲକ୍ଷାଧିକ ଶିଶୁ ମିଜିଲିସ୍‌, ଡିପ୍‌ଥେରିଆ ପରି ଜୀବନରକ୍ଷକ ଟିକା ନେବାରୁ ବଞ୍ଚିତ ହେଉଛନ୍ତି। ହେଲେ  ଟିକାକରଣ ସହ ଆମର ଜୀବନ ରକ୍ଷଣ କାର୍ଯ୍ୟ ମଧ୍ୟ ଜରୁରୀ ଅଟେ ବୋଲି ୟୁନିସେଫର ପ୍ରଧାନ ପରାମର୍ଶଦାତା ଏବଂ ଟିକାକରଣର ପ୍ରମୁଖ ରବିନ୍‌ ନନ୍ଦି କହିଛନ୍ତି।



from OTV Khabar. https://ift.tt/2Sd6y0h
UNICEFର ଚେତାବନୀ- ଶିଶୁଙ୍କ ଜୀବନ ପ୍ରତି ଘନେଇ ଆସୁଛି ବିପଦ Minati Mishra UNICEFର ଚେତାବନୀ- ଶିଶୁଙ୍କ ଜୀବନ ପ୍ରତି ଘନେଇ ଆସୁଛି ବିପଦ Minati Mishra Reviewed by SUBHENDU BARAL on April 26, 2020 Rating: 5

No comments:

Powered by Blogger.