ବିଜୟୱାଡ଼ା:ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସିକ୍ୟୁରିଟି ଅଫିସର ଏବଂ ଜଣେ ଷ୍ଟାଫ ନର୍ସ ମଧ୍ୟ ଅଛନ୍ତି। ଏ ନେଇ ସ୍ୱତନ୍ତ୍ର ଚିଫ ସେକ୍ରେଟେରୀ (ହେଲଥ୍) KS Jawahar Reddy ସୂଚନା ଦେଇଛନ୍ତି।
ଆକ୍ରାନ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହିତ ରାଜଭବନକୁ ବିଶୋଧିତ କରାଯାଉଛି। ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଡ୍ରୋନ ସାହାଯ୍ୟରେ ସ୍ପ୍ରେ କରି ରାଜଭବନ ପରିସରକୁ ବିଶୋଧିତ କରୁଛନ୍ତି।
ମିଳିଥିବା ଶେଷ ଖବର ଅନୁଯାୟୀ, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର କୋଭିଡ-୧୯ ପରୀକ୍ଷା ଖୁବ ଶୀଘ୍ର କରାଯିବ।
ସୂଚନା ଥାଉ କି, ବିଜୟୱାଡ଼ାରୁ ୧୦୦ରୁ ଅଧିକ କରୋନା ପଜିଟିଭ ବାହାରବା ପରେ ଏହି ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି। ରରିବାର ରାଜ୍ୟରେ ୮୧ ନୁଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲାଣି। ୨୩୧ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେଣି।
from OTV Khabar. https://ift.tt/2KC4KcX
No comments: