ଭଦ୍ରକ ୨୮।୦୪: ଆଜି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ ଆକ୍ରାନ୍ତ ଭଦ୍ରକର ଏବଂ ସେମାନଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ପୁରୁଷ ବୋଲି ଜଣାପଡ଼ିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
୩ ଜଣଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁରର ହୋଇଥିବା ବେଳେ ଜଣେ ବନ୍ତ ବ୍ଲକର ବୋଲି ଜଣାପଡ଼ିଛି । ଏହି ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଁଞ୍ଚିଛି । ସେପଟେ ଭଦ୍ରକରେ କଡାକଡ଼ି କଟକଣା । ସଟଡାଉନ୍ ଉଠିବା ପରେ ଲୋକେ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସହରର ବିଭିନ୍ନ ଛକରେ ବ୍ୟାରିକେଡ କରାଯାଇଛି ।
ଲୋକଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯିବା ସହିତ କଚେରୀ ବଜାର ଉପରେ ଥିବା ପରିବା ମାର୍କେଟକୁ ସ୍ଥାନାନ୍ତର କରାଯାଇଛି । ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କଠାରୁ ପ୍ରଶାସନ ଫାଇନ ଆଦାୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ଏହି କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ୨୨୭ଟି ବାଇକ ଜବତ ହେବା ସହ ଦୁଇ ଲକ୍ଷ ୩୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ଲୋକଙ୍କୁ ମଧ୍ୟ ସଚେତନ କରୁଥିବା ଦେଖିବାକୁ ମିଳିଛି
from Prameya News7 https://ift.tt/3eTkBlr
No comments: