ନୂଆଦିଲ୍ଲୀ: ଭାରତୀୟ ସେନାର ଦୟନୀୟ ଜୀବନଯାତ୍ରାର ଏକ କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ହିମାଳୟ ସିଆଚେନ୍ ଅଞ୍ଚଳରେ ମୁତୟନ ଯବାନମାନେ ଅତି ଦୟନୀୟ ସ୍ଥିତିରେ ରହି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ନା ମିଳୁଛି ଆବଶ୍ୟକ ପରିମାଣ ଖାଦ୍ୟ, ନା ପୋଷାକ…। ତଥାପି କର୍ତ୍ତବ୍ୟରେ ଅବହେଳା କରୁନାହାନ୍ତି, ଦେଶମାତୃକାର ସେବା କରିବାରେ କେବେ ଆନମନା ହୋଇ ନାହାନ୍ତି।
ସିଆଚେନ ଭଳି ବରଫାଞ୍ଚଳରେ ମୁତୟନ ଥିବା ଯବାନଙ୍କୁ ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇ ଦିଆଯାଉନାହିଁ । ଶତ୍ରୁର ମୁକାବିଲା କରିବା ପାଇଁ ଜଣେ ଯବାନ ପାଇଁ ଯେତିକି କ୍ୟାଲୋରୀଯୁକ୍ତ ଖାଦ୍ୟ ଆବଶ୍ୟକ ସେତିକି ପାଉ ନାହାନ୍ତି ଆମ ଯବାନ। ଅନ୍ୟପକ୍ଷେ ଖରାପ ମାନର ଖାଦ୍ୟ ଦିଆଯାଉଛି। ପୋଷାକପତ୍ର ଯୋଗାଣରେ ମଧ୍ୟ ସେହିପରି ଅବହେଳା କରାଯାଉଛି । ସେହିପରି ଶିଖର ଅଞ୍ଚଳରେ ସେମାନଙ୍କ ପାଇଁ ଘର ନାହିଁ।
କେବଳ ସିଆଚେନରେ ନୁହେଁ, ଡୋକଲାମ ଏବଂ ଲଦାଖରେ ମଧ୍ୟ ଯବାନମାନେ ଏମିତି ଦୟନୀୟ ପରିସ୍ଥିତିରେ ରହିଛନ୍ତି। ଗତକାଲି ସଂସଦରେ ଆଗତ ହୋଇଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ୧୯୯୯ କାରଗିଲ ସମୀକ୍ଷା କମିଟି ପ୍ରସ୍ତାବ ଦେଇଥିଲେ ହେଁ ଏଯାଏ ଇଣ୍ଡିଆନ ନେସନାଲ୍ ଡିଫେନ୍ସ ୟୁନିଭର୍ସିଟି ପ୍ରତିଷ୍ଠା ହୋଇପାରି ନାହିଁ। ଯବାନଙ୍କ ପାଇଁ ଶୀତ ପୋଷାକ ଓ ସରଞ୍ଜାମ କିଣିବାରେ ସରକାର ୪ ବର୍ଷ ଗଡ଼ାଇ ଦେଲେଣି । ଯାହାଫଳରେ ସିଆଚେନ ଅଞ୍ଚଳରେ ମୁତୟନ ଯବାନ ଏବେ ଅଭାବନୀୟ ପରିସ୍ଥିତିରେ ରହିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ରପୋର୍ଟରେ ଆହୁରି କୁହାଯାଇଛି, ବରଫଝଡ଼ର ମୁକାବିଲା କରିବା ପାଇଁ ଯବାନଙ୍କ ପାଖରେ ଚଷମା ନାହିଁ । ସେହିପରି ୨୦୧୫ରୁ ୨୦୧୬ ମଧ୍ୟରେ ଯବାନଙ୍କୁ ମଲ୍ଟି ପର୍ପୋଜ ବୁଟ୍ ଦିଆଯାଇ ନାହିଁ । ବରଂ ଏହାକୁ ମରାମତି କରାଯାଇ ଯୋଗାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି । ଉନ୍ନତମାନର ମାସ୍କ, ଜାକେଟ୍ ଓ ସ୍ଲିପିଂ ବ୍ୟାଗ କିଣାଯାଇଥିଲେ ବି ସେଗୁଡ଼ିକ ଯବାନଙ୍କ କାମରେ ଆସୁନି। ପ୍ରତିରକ୍ଷା ଗବେଷଣା ସଂସ୍ଥାରେ ଗବେଷଣାର ଅଭାବ ଯୋଗୁଁ ଦେଶ ଏସବୁ ଜିନିଷ ଆମଦାନୀ ଉପରେ ନିର୍ଭର କରୁଛି ବୋଲି ରିପୋର୍ଟରେ କୁହାଯାଇଛି। ଉପଯୁକ୍ତମାନର ରାସନ ସାମଗ୍ରୀ ବଦଳରେ ଚଳନୀୟ ସାମଗ୍ରୀ ଦିଆଯାଉଛି ।ଫଳରେ ଯବାନମାନେ ଯେତିକି କ୍ୟାଲୋରୀ ଦିନକୁ ପାଇବା କଥା, ସେଥିରେ କମ୍ ହେଉଥିବା ସିଏଜି କହିଛନ୍ତି।
from OTV Khabar. https://ift.tt/2Smi20O
No comments: