ଅଣାୟତ୍ତ କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି

ଭୁବନେଶ୍ବର ୦୩।୦୨: ଚୀନ ପରେ ସାରା ବିଶ୍ବରେ  କାୟା ମେଲାଉଛି କରୋନା ଭାଇରସ । ଚୀନରେ ମୃତ୍ୟୁସଂଖ୍ୟା ୩୬୧କୁ ବୃଦ୍ଧି ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିସାରିଲାଣି । ଏବେ ଆଉ ୫୬ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବିଶ୍ବର ୨୫ଟି ଦେଶକୁ ଏବେ ବ୍ୟାପିସାରିଲାଣି କରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି  ଭାରତ ସରକାର ମଧ୍ୟ ଆଡଭାଇଜରି ଜାରି କରିଛନ୍ତି । କରୋନା ଭାଇରସର ଆତଙ୍କ ବ୍ୟାପିବାରେ ଲାଗିଥିବାରୁ ଚୀନକୁ ଭ୍ରମଣରେ ନଯିବାକୁ ଆଡଭାଇଜରି ଜାରି ହୋଇଛି । ଚୀନର ପଡୋଶୀ ଦେଶରୁ  ଭ୍ରମଣରେ  ଆସୁଥିବ ପର୍ଯ୍ୟଟକମାନଙ୍କୁ ସ୍ବତନ୍ତ୍ର ନୀରିକ୍ଷଣରେ ରଖାଯାଇ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ ଆହୁରି କୁହାଯାଇଛି ଯେ ଯେଉଁ ମାନେ ଜାନୁଆରୀ ୧୫ ପରେ ଚୀନ୍‌ ଯାଇଥିବେ , ସେମାନଙ୍କୁ ମଧ୍ୟ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ନୀରିକ୍ଷଣ  କରାଯିବ।  କ୍ୟାବିନେଟ ସେକ୍ରେଟାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କରୋନା  ଭାଇରସ  ମୁକାବିଲା ନେଇ  ପ୍ରସ୍ତୁତିର ସମୀକ୍ଷା ପରେ ଆଡଭାଇଜରି ଜାରି କରାଯାଇଛି । ବୈଠକରେ ସ୍ବାସ୍ଥ୍ୟ, ବିଦେଶ , ସ୍ବରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ  ମନ୍ତ୍ରଣାଳୟର  ସଚିବ ଯୋଗ ଦେଇଥିଲେ ।

କରୋନା ଭାଇରସ ଆତଙ୍କକୁ  ଦୃଷ୍ଟିରରେ ରଖି ସୁରକ୍ଷା ଦୃଷ୍ଟିରୁ ଭାରତ ସରକରାର ଚୀନ୍‌ ନାଗରିକଙ୍କ ଅନଲାଇନ୍ ଭିସା  ଆବେଦନ ଉପରେ ସାମୟିକ କଟକଣା ଜାରି କରାଯାଇଛି । ଏହାସହ ଚୀନରେ ଥିବା ଅନ୍ୟ ବିଦେଶୀ ନାଗରିକଙ୍କ ଭିଜା ଆବେଦନ ଉପରେ ମଧ୍ୟ କଟକଣା ଜାରି ହୋଇଛି ।



from Prameya News7 https://ift.tt/2UmfzpA
ଅଣାୟତ୍ତ କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି ଅଣାୟତ୍ତ କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.