ଜାଲ୍ କାଗଜପତ୍ରରେ ବଡ଼ ଧରଣର ଜାଲିଆତି। ଚାଷୀଙ୍କ ନାଁ ଜାଲିଆତି କରି କପା ବିକୁଛି ଅସାଧୁ ବ୍ୟବସାୟୀ। ଆରଏମସି କର୍ମଚାରୀଙ୍କୁ ହାତ କରି ହେଉଛନ୍ତି ମାଲାମାଲ। ହତାଶ ହେଉଛନ୍ତି କପା ଚାଷୀ। Kanak News

କନକ ବ୍ୟୁରୋ: ଜାଲ୍ କାଗଜପତ୍ର ମାଧ୍ୟମରେ ବଡ଼ ଧରଣର ଜାଲିଆତି ହୋଇଥିବାର ଅଭିଯୋଗ ଆସିଛି । ଯେଉଁଥିରେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ, ସବୁକିଛି ହରାଉଛନ୍ତି ବଲାଙ୍ଗୀରର କପାଚାଷୀ । ଚାଷୀଙ୍କ ନାଁରେ ଜାଲ କାଗଜପତ୍ର କରି ଧଳା ସୁନାର କଳା ବେପାର ଚାଲିଛି । ଆଉ ଏସବୁ କିପରି ଚାଲିଛି ତାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ ।

ଧଳା ସୁନାର କଳା ବଜାର । ଚାଷୀଙ୍କ ନାଁ ଜାଲିଆତି କରି କପା ବିକୁଛି ଅସାଧୁ ବ୍ୟବସାୟୀ । ଆର୍ଏମସି କର୍ମଚାରୀଙ୍କୁ ହାତ କରି ହେଉଛନ୍ତି ମାଲାମାଲ । ହତାଶ ହେଉଛନ୍ତି କପା ଚାଷୀ । କପା ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବା ପାଇଁ ଆରଏମସି ଜରିଆରେ ସିସିଆଇ ଅକ୍ସନ କରି କପା କିଣିବା ବ୍ୟବସ୍ଥା ହୋଇଛି । କେବଳ ଚାଷୀଙ୍କ ପାଇଁ ଏହି ବ୍ୟବସ୍ଥା ଥିବାରୁ ସେମାନଙ୍କ ଜମି ପଟ୍ଟା, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଂଟ ଯାଂଚ କରି ପ୍ରକୃତ ଚାଷୀ ଚିହ୍ନଟ କରାଯାଏ । ତେବେ ଜମି ପଟ୍ଟା ଖାତା ଖତିଆନରେ ଚାଷୀଙ୍କ ନାଁ କାଟି କିଛି ବ୍ୟବସାୟୀ ସେମାନଙ୍କ ନାଁ ଲେଖି ଚଳାଇଛନ୍ତି ଅସାଧୁ କାରବାର । ଚାଷୀଙ୍କ ଠାରୁ କମ୍ ଦାମରେ କପା କିଣି ହେଉଛନ୍ତି ମାଲାମାଲ । ଏପରି ଅଭିଯୋଗ ଆସିବା ପରେ ପ୍ରକୃତ ସ୍ଥିତି ପରଖିବାକୁ କନକ ନ୍ୟୁଜ ପହଁଚିଥିଲା ବଲାଙ୍ଗୀର ବେଲପଡାରେ ଥିବା ସମଲେଶ୍ୱରୀ କଟନ ମିଲ୍ ।

ଆଉ ଏକ ଫର୍ଜି ପଟ୍ଟା ଉପରେ ନଜର ପକାନ୍ତୁ, ଖାତାଧାରୀଙ୍କ ସ୍ଥାନରେ ଲେଖାଅଛି – ଶଙ୍କର ଜୈନ, ପିତା – ମେଘରାଜ ଜୈନ, ତହସିଲ – ବଙ୍ଗୋମୁଣ୍ଡା, ଖତିୟାନ ନମ୍ବର ୫୯, କିନ୍ତୁ ପ୍ରକୃତ ଖାତାଧାରୀ ହେଉଛନ୍ତି ଖାଜାଂଚିଲାଲ ଜୈନ .ପିତା ବନବାରି ଜୈନ । ସେହିପରି ଏହି ପଟ୍ଟାରେ ରହିଛି – ମେଘରାଜ ଜୈନ, ପିତା – ଚନ୍ଦ୍ରଭାନୁ ଜୈନ, ତହସିଲ – ବଙ୍ଗୋମୁଣ୍ଡା, ଖତିୟାନ ନମ୍ବର ୨୬ । ହେଲେ ପ୍ରକୃତ ପଟ୍ଟାଧାରୀ ହେଉଛନ୍ତି – ଇନ୍ଦ୍ର ଭୁଏ, ପିତା ସୁକାଭୁଏ । ଏହିପରି କେଉଁ ପଟ୍ଟାରେ ନାଁ ବଦଳା ଯାଇଛି ତ କେଉଁଥିରେ ତହସିଲ, ଥାନା କିମ୍ବା ଖାତା ନମ୍ବର ବଦଳାଯାଇଛି ।

ସେହିଭଳି ବଲାଙ୍ଗୀର ଜିଲ୍ଲାରେ ୧୪ ଟି କଟନ ମିଲ୍ ଓ ୨ ଟି ଆରଏମସି ଥିବା ବେଳେ ୯ ଟି ମିଲରେ କପା କିଣୁଛି ସିସିଆଇ । ଆରଏମସି, ସିସିଆଇ, ମିଲର୍ ଓ ଅସାଧୁ ବ୍ୟବସାୟୀ ମିଳିମିଶି ଚଳାଇଛନ୍ତି  ଏହି ଧଳା ସୁନାର କଳା ବ୍ୟବସାୟ । ପାଟଣାଗଡ ଉପଜିଲ୍ଲାପାଳ ଫୋନ ଯୋଗେ କହିଛନ୍ତି, ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ତେବେ କନକ ନ୍ୟୁଜ ଖବର ସଂଗ୍ରହ କରିବା ବେଳେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ଜଣେ ଆସାଧୁ ବ୍ୟବସାୟୀ । ଅଭିଯୋଗ ହୋଇଛି, ଆରଏମସି ବା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀଙ୍କୁ ହାତ କରି ଚାଲିଛି ଏହି କଳା ବଜାରୀ ।



from Kanak News https://ift.tt/2QN94ZA https://ift.tt/37Fn6Dq
ଜାଲ୍ କାଗଜପତ୍ରରେ ବଡ଼ ଧରଣର ଜାଲିଆତି। ଚାଷୀଙ୍କ ନାଁ ଜାଲିଆତି କରି କପା ବିକୁଛି ଅସାଧୁ ବ୍ୟବସାୟୀ। ଆରଏମସି କର୍ମଚାରୀଙ୍କୁ ହାତ କରି ହେଉଛନ୍ତି ମାଲାମାଲ। ହତାଶ ହେଉଛନ୍ତି କପା ଚାଷୀ। Kanak News ଜାଲ୍ କାଗଜପତ୍ରରେ ବଡ଼ ଧରଣର ଜାଲିଆତି। ଚାଷୀଙ୍କ ନାଁ ଜାଲିଆତି କରି କପା ବିକୁଛି ଅସାଧୁ ବ୍ୟବସାୟୀ। ଆରଏମସି କର୍ମଚାରୀଙ୍କୁ ହାତ କରି ହେଉଛନ୍ତି ମାଲାମାଲ। ହତାଶ ହେଉଛନ୍ତି କପା ଚାଷୀ। Kanak News Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.