ଆଉ ପାଞ୍ଚ ଦିନ ରାଜ୍ୟରେ ସୃଷ୍ଟି ହେବ ଘନ କୁହୁଡି : ୨୨ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ  Kanak News

କନକ ବ୍ୟୁରୋ : ଆସନ୍ତା ୫ ଦିନଯାଏଁ କୁହୁଡିରୁ ନିସ୍ତାର ନାହିଁ । ଏବଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ରାଜଧାନୀ ସମେତ ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିବ ବୋଲି କୁହାଯାଇଛି । ଆଜି ୧୦ଟି ଜିଲ୍ଲାରେ ଘନ କୁହୁଡି ହେବ ବୋଲି ଆକଳନ କରି ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ ।

ବିଶେଷ କରି ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, କନ୍ଧମାଳ, ସୋନପୁର ଓ କୋରାପୁଟରେ ଘନ କୁହୁଡି ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ରାଜ୍ୟରେ ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଘନ କୁହୁଡି ଯୋଗୁଁ ଗତ ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଏପରିକି ଏକାଧିକ ଦୁର୍ଘଟଣା ମଧ୍ୟ ଘଟିଛି । ତେଣୁ ସତର୍କତାର ସହ ଗାଡିମଟର ଚଳାଇବାକୁ କୁହାଯାଇଛି ।



from Kanak News https://ift.tt/2G1dt6k https://ift.tt/2EseZxh
ଆଉ ପାଞ୍ଚ ଦିନ ରାଜ୍ୟରେ ସୃଷ୍ଟି ହେବ ଘନ କୁହୁଡି : ୨୨ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ  Kanak News ଆଉ ପାଞ୍ଚ ଦିନ ରାଜ୍ୟରେ ସୃଷ୍ଟି ହେବ ଘନ କୁହୁଡି : ୨୨ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ  Kanak News Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.