ବାଲେଶ୍ୱର ଶେରଗଡ଼ରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ : ୭ ଆହତ, ଜଣେ ଗୁରୁତର Kanak News

କନକ ବ୍ୟୁରୋ : ବାଲେଶ୍ୱର ଶେରଗଡ଼ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ବସକୁ ପଛ ପଟୁ ଟ୍ରକ୍ ଧକ୍କା ହେବାରୁ ୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତୀର୍ଥଯାତ୍ରୀ ବସ୍ ବିଳମ୍ବିତ ରାତିରେ ଦୁର୍ଘଟଣାଗସ୍ତ ହୋଇଥିବା ଖବର ପାଇ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ହୁଗୁଳିରୁ ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇବସଟି ପୁରୀ ଅଭିମୁଖେ ଯାଉଥିଲା।  ପାହାନ୍ତା ପ୍ରାୟ ୪ଟା ବେଳେ ବସଟି ମେଘା ପେଟ୍ରୋଲ୍ ପମ୍ପ୍ ପାଖ ଜାତୀୟ ରାଜପଥରେ ଯାଉଥିବା ବେଳେ ରାସ୍ତା କଡ଼କୁ ଠିଆ ହୋଇଥିବା ଗୋଟାଏ ଟ୍ରକ୍ ପଛରେ ଧକ୍କା ଖାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ୍ ଡକାଇ ଚିକିତ୍ସା ନିମନ୍ତେ ସେମାନଙ୍କୁ ଖନ୍ତାପଡ଼ା ଡାକ୍ତରଖାନାକୁ ପଠାଇଥିଲେ । ଆହତ ଯାତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଧକ୍କା ହେବା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଠିଆ ହୋଇଥିବା ଟ୍ରକ୍ଟି ମଧ୍ୟ ସେଠାରୁ ଚାଲିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସେ ବସ ଚାଳକଙ୍କ ମୋବାଇଲ୍ ଫୋନ ଜବତ କରି ତଦନ୍ତ ଆରମ୍ଭ କରିଛି।



from Kanak News https://ift.tt/2TA4ZL7 https://ift.tt/30xfDUt
ବାଲେଶ୍ୱର ଶେରଗଡ଼ରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ : ୭ ଆହତ, ଜଣେ ଗୁରୁତର Kanak News ବାଲେଶ୍ୱର ଶେରଗଡ଼ରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ : ୭ ଆହତ, ଜଣେ ଗୁରୁତର Kanak News Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.