ପୁଣି ଫେରିଲା ରାଗିଂ ରୋଗ : ୭ମ ଶ୍ରେଣୀ ଛାତ୍ରକୁ ପିଟିଲେ ସିନିୟର୍‌ ଛାତ୍ର, ୬ ଛାତ୍ର ବିଦ୍ୟାଳୟରୁ ବହିଷ୍କୃତ Kanak News

କନକ ବ୍ୟୁରୋ : ଛାତ୍ରାବାସରେ ର‍୍ୟାଗିଂ । ଖଣ୍ଡଗିରିର ସ୍ଥାନୀୟ ଏକ କର୍ପୋରେଟ୍‌ ବିଦ୍ୟାଳୟ ଛାତ୍ରାବାସରେ ଜଣେ ୭ମ ଶ୍ରେଣୀ ଛାତ୍ରକୁ ଏକାଦଶ ଶ୍ରେଣୀର ଛାତ୍ରମାନେ ମିଳିତ ଭାବେ ମାଡ଼ ମାରି ଆହତ କରିଛନ୍ତି । ୧୫ତାରିଖ ବିଳମ୍ବିତ ରାତିର ଏହି ଘଟଣାକୁ ଚପାଇବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ ମଧ୍ୟ ଆଜି ତାହା ପଦାକୁ ଆସିଛି । ଆହତ ଛାତ୍ରଙ୍କ ମା’ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି ।

ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରାବାସ ଦାୟିତ୍ବରେ ଥିବା ଶିକ୍ଷକଙ୍କ ପାଇଁ ଏଭଳି କାଣ୍ଡ ଘଟିଛି ବୋଲି ଆହତ ଛାତ୍ରଙ୍କ ମ‌ା’ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଏହା ରାଗିଂ କି ଅନ୍ୟ କିଛି ‌ବୋଲି ଯାଞ୍ଚ କରୁଥିବା ସୂଚନା ଦେଇଛି। ଅନ୍ୟପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଆକ୍ରମଣକାରୀ ଛାତ୍ରମାନଙ୍କୁ ବିଦ୍ୟାଳୟରୁ ବାହାର କରି ଦେଇଥିବା ସୂଚନା ମିଳିଛି।

କଟକ ବଜ୍ରକବାଟି ଅଞ୍ଚଳର ଏହି ଛାତ୍ରଜଣଙ୍କ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ଗତ ୧୫ ତାରିଖ ରାତିରେ ଏକାଦଶ ଶ୍ରେଣୀର ୬ଜଣ ଛାତ୍ର ତାଙ୍କୁ ମାଡ଼ ମାରିଥିଲେ। ନିର୍ଦୟ ଭାବେ ବାଡ଼ିରେ ପିଟି ପକାଇବାରୁ ପିଲାଟିର ପିଠି ଫାଟି ଯାଇଥିଲା। ଖବର ପାଇ ଛାତ୍ରାବାସ ଦାୟିତ୍ବରେ ଥିବା କ୍ରୀଡ଼ା ଶିକ୍ଷକ ସେଠାରେ ପହଞ୍ଚିବା ସହ ତୁରନ୍ତ ପ୍ରିନିସ୍‌ପାଲ୍‌ଙ୍କୁ ଖବର ଜଣାଇଥିଲେ। ସେମାନେ ଆହତ ଛାତ୍ରଙ୍କୁ ନେଇ ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ କରାଇଥିଲେ। ମାତ୍ର ଏ ବାବଦରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଜଣାଇ ନ ଥିଲେ ବୋଲି ମା’ ଅଭିଯୋଗରେ ଦର୍ଶାଇଛନ୍ତି।

ପରଦିନ ଅର୍ଥାତ୍ ୧୬ ତାରିଖ ସନ୍ଧ୍ୟାରେ ଏକ ସୁଯୋଗକ୍ରମେ ଆହତ ଛାତ୍ରଜଣଙ୍କ ଫୋନ୍‌ କରି ମା’ଙ୍କୁ ଜଣାଇଥିଲେ। ଆଜି ପିଲାଟିର ମା’ ବିଦ୍ୟାଳୟରେ ପହଞ୍ଚି ଏଭଳି ଅଭାବନୀୟ ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ୬ଛାତ୍ର ସବୁବେଳେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରୁଥିବା ନେଇ ପୂର୍ବରୁ ଅଭିଯୋଗ ଥିବାରୁ ବିଦ୍ୟାଳୟ ପକ୍ଷରୁ ଏଥର ସେମାନଙ୍କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।



from Kanak News https://ift.tt/2uYplDD https://ift.tt/30xpZUh

ପୁଣି ଫେରିଲା ରାଗିଂ ରୋଗ : ୭ମ ଶ୍ରେଣୀ ଛାତ୍ରକୁ ପିଟିଲେ ସିନିୟର୍‌ ଛାତ୍ର, ୬ ଛାତ୍ର ବିଦ୍ୟାଳୟରୁ ବହିଷ୍କୃତ Kanak News ପୁଣି ଫେରିଲା ରାଗିଂ ରୋଗ : ୭ମ ଶ୍ରେଣୀ ଛାତ୍ରକୁ ପିଟିଲେ ସିନିୟର୍‌ ଛାତ୍ର, ୬ ଛାତ୍ର ବିଦ୍ୟାଳୟରୁ ବହିଷ୍କୃତ Kanak News Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.