୨ ଦିନ ଧରି ଓଡ଼ିଶାକୁ ଢାଙ୍କି ରଖିବ କୋହଲା ପାଗ, ରାଜ୍ୟବ୍ୟାପି ଅନୁଭୂତ ହେବ ପ୍ରବଳ ଶୀତ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିବ ପାରଦ, ବଢ଼ିବ ଶୀତ Kanak News

କନକ ବ୍ୟୁରୋ: ଆଜିଠାରୁ ବଦଳିପାରେ ପାଗର ମିଜାଜ୍ । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ତିନି ଦିନ ଧରି ଓଡ଼ିଶାରେ କୋହଳା ପାଗ ଲାଗି ରହିବ । ତେବେ ଗୋଟିଏ ସପ୍ତାହ ଧରି ଓଡ଼ିଶାର ସ୍ଥାନେ ସ୍ଥାନେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆଜିଠାରୁ କିଛି ସ୍ଥାନରେ ଘନ କୁହୁଡ଼ି ଅନୁଭୁତ ହେବ ।

କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସଂଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଗତକାଲି ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି,ଗଜପତି, ଢ଼େଙ୍କାନାଳ, ସୋନପୁର, ଅନୁଗୁଳ, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ହୋଇଛି ।



from Kanak News https://ift.tt/2ZSzux8 https://ift.tt/2NQH7zA
୨ ଦିନ ଧରି ଓଡ଼ିଶାକୁ ଢାଙ୍କି ରଖିବ କୋହଲା ପାଗ, ରାଜ୍ୟବ୍ୟାପି ଅନୁଭୂତ ହେବ ପ୍ରବଳ ଶୀତ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିବ ପାରଦ, ବଢ଼ିବ ଶୀତ Kanak News ୨ ଦିନ ଧରି ଓଡ଼ିଶାକୁ ଢାଙ୍କି ରଖିବ କୋହଲା ପାଗ, ରାଜ୍ୟବ୍ୟାପି ଅନୁଭୂତ ହେବ ପ୍ରବଳ ଶୀତ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିବ ପାରଦ, ବଢ଼ିବ ଶୀତ Kanak News Reviewed by SUBHENDU BARAL on January 04, 2020 Rating: 5

No comments:

Powered by Blogger.