
କନକ ବ୍ୟୁରୋ : ଭଂଜନଗର ଥାନା ଅଂଚଳରେ ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଗଂଜାମ ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ ଜଜ୍ ଜଗଦୀଶ ପ୍ରସାଦ ମହାନ୍ତି ଆଜି ଚୂଡ଼ାନ୍ତ ରାୟ ଶୁଣାଉଛନ୍ତି। ଅଭିଯୁକ୍ତ ଶିବ ସାହୁକୁ ୧୫ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା ଦେବାକୁ ଚୂଡ଼ାନ୍ତ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ୨୦୧୪ ଅଗଷ୍ଟ ୨୯ରେ ଛାତ୍ରୀ ଜଣକ ସନ୍ଧ୍ୟାରେ କ୍ଷୀର କିଣିବାକୁ ଯାଇଥିଲେ। ଦୋକାନୀ ଶିବ ସାହୁ ତାକୁ ଚକୋଲେଟ୍ ଦେବା ବାହାନାରେ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଛାତ୍ରୀ ଜଣକ ଘରକୁ ଫେରି ମାଙ୍କୁ କହିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ୨୩୭/୧୪ରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଏସ୍ଆଇ ଶ୍ରଦ୍ଧାଂଜଳି ସୁବୁଦ୍ଧି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ୧୭ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ମାନ୍ୟବର ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ପିପି ନାରାୟଣ ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ।
from Kanak News https://ift.tt/35uL1DR https://ift.tt/2N7bNvP
No comments: