ଇସ୍ରୋର ସବୁଠୁ ଶକ୍ତିଶାଳୀ ଟେଲିଯୋଗାଯୋଗ ସାଟେଲାଇଟ୍ ‘ଜିସାଟ୍-୩୦’ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ ୧୭।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ପକ୍ଷରୁ ଟେଲି ଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ର ସଫଳ ଉତ୍‌କ୍ଷେପଣ କରାଯାଇଛି । ଶୁକ୍ରବାର ୨.୩୫ମିନିଟ୍ ରେ ଫ୍ରେଞ୍ଚ୍‌ ଗିଆନା ସ୍ଥିତ ‘ଏରିଏନ୍‌-୫ ଭିଏ-୨୫୧’ ଦ୍ବାରା ଏହି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଛି ।

ଇସ୍ରୋ ଅନୁସାରେ ‘ଜିସାଟ୍‌-୩୦’ ଏକ ଟେଲି ଯୋଗାଯୋଗ ସାଟେଲାଇଟ୍‌ । ଏହା ଇନସାଟ୍-୪ଏ ସ୍ଥାନରେ କାମ କରିବ । ଇନସାଟ୍-୪ଏର କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି । ଇଣ୍ଟରନେଟ ଟେକ୍ନୋଲଜିରେ ପରିବର୍ତ୍ତନ ହେଉଛି । ଯାହା ଫଳରେ ନୂଆ ଟେକନିକ୍ ର ସାଟେଲାଇଟ୍ ର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂରଣ କରିବାକୁ ଇସ୍ରୋ ଏହି ସାଟେଲାଇଟ୍ ନିର୍ମାଣ କରିଛି । ଏହା ୧୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ଇସ୍ରୋ କହିଛି। ଏହା ୨୦୨୦ର ‘ଇସ୍ରୋ’ର ପ୍ରଥମ ସଫଳ ଅଭିଯାନ ବୋଲି କୁହାଯାଉଛି ।

ସାଟେଲାଇଟ୍ ‘ଜିସାଟ୍‌-୩୦’ ର ଓଜନ ୩୩୫୭ କିଲୋଗ୍ରାମ୍‌ ରହିଛି । ଏହା ଭାରତ ଏବଂ ଏହାର ଦ୍ବୀପାଞ୍ଚଳ ସହ ଉପସାଗରୀୟ ଦେଶ ସମେତ ବହୁ ସଂଖ୍ୟକ ଏସୀୟ ଏବଂ ଅଷ୍ଟ୍ରେଲୀୟ ଦେଶରେ ମଧ୍ୟ ସେବା ଯୋଗାଇ ପାରିବ । ଭାରତର ୪୧ତମ ଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ ଦ୍ବାରା ତ୍ବରିତ ବେଗରେ ଟେଲିଭିଜନ୍‌ ପ୍ରସାରଣ, ସାଟେଲାଇଟ୍‌ ଭିତ୍ତିକ ଖବର ସଂଗ୍ରହ ଏବଂ ସିଧାସଳଖ ଘରକୁ ଘର ସେବା ଯୋଗାଇବା ଆଦି କାର୍ଯ୍ୟ କରାଯାଇପାରିବ। ବର୍ତ୍ତମାନ ମହାକାଶରେ କାର୍ଯ୍ୟକ୍ଷମ ଥିବା ୧୯ଟି ଯୋଗାଯୋଗ ସାଟେଲାଇଟ୍‌ ସହ ମିଳି ଭାବେ ଏହା କାମ କରିବ ବୋଲି ସୂଚନା ମିଳିଛି ।



from Prameya News7 https://ift.tt/2RmK4bX
ଇସ୍ରୋର ସବୁଠୁ ଶକ୍ତିଶାଳୀ ଟେଲିଯୋଗାଯୋଗ ସାଟେଲାଇଟ୍ ‘ଜିସାଟ୍-୩୦’ର ସଫଳ ଉତ୍‌କ୍ଷେପଣ ଇସ୍ରୋର ସବୁଠୁ ଶକ୍ତିଶାଳୀ ଟେଲିଯୋଗାଯୋଗ ସାଟେଲାଇଟ୍ ‘ଜିସାଟ୍-୩୦’ର ସଫଳ ଉତ୍‌କ୍ଷେପଣ Reviewed by SUBHENDU BARAL on January 16, 2020 Rating: 5

No comments:

Powered by Blogger.