ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର ଆଧାର ନମ୍ବରକୁ PAN (Permanent Account Number) ସହ ଲିଙ୍କ୍ କରି ନାହାନ୍ତି, ତା’ହେଲେ ଆଉ ବିଳମ୍ବ କରନ୍ତୁ ନାହିଁ। ତୁରନ୍ତ ଆଧାର-ପାନ୍ ଲିଙ୍କ୍ କରାନ୍ତୁ। କାହିଁକି ନା ଆଧାର-ପାନ୍ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ଚଳିତବର୍ଷ ଡିସେମ୍ବର ୩୧।
ଚଳିତ ବର୍ଷ ସେପ୍ଟେମ୍ବରରେ ଆୟକର ବିଭାଗ ଆଧାର-ପାନ୍ ଲିଙ୍କ୍ର ଅବଧିକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ।
ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ ସଂଖ୍ୟା ବିଶିଷ୍ଟ ପାନ୍ ଲିଙ୍କ୍ କରିବା ବାଧ୍ୟତାମୂଳକ ହେବା ନେଇ ଘୋଷଣା ହୋଇଥିଲା। ଏଥିସହିତ ସେପ୍ଟେମ୍ବର ୩୦ ଯାଏ ଏହି ଲିଙ୍କ୍ ପ୍ରକ୍ରିୟା ଚାଲୁ ରହିବ ବୋଲି କୁହାଯାଇଥିଲା। ହେଲେ ଏହି ସମୟ ସୀମାକୁ ପୁଣି ଘୁଞ୍ଚାଇ ଦିଆଯାଇଥିଲା।
CBDT extends the date for linking PAN & Aadhaar from 30th September, 2019 to 31st December, 2019. Notification issued on 28.09.2019. pic.twitter.com/XlWlDe136r
— Income Tax India (@IncomeTaxIndia) September 28, 2019
from OTV Khabar. https://ift.tt/2qZk8Ki
No comments: