ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ନୂଆ ନୂଆ ଟେକ୍ନୋଲୋଜି ସାମ୍ନାକୁ ଆସିବା ସହ ଏଥିରେ କିଛି ପରିବର୍ତ୍ତନ ମଧ୍ୟ ହେଉଛି। ସାଧାରଣତଃ ଆମେ ପର୍ସନାଲ୍ କମ୍ପ୍ୟୁଟର୍, ମୋବାଇଲ୍ ଫୋନ୍ର ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖିବାକୁ ପାଇଥାଉ ହେଲେ ଏବେ ହେଡ୍ଫୋନ୍ରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଅର୍ଥାତ୍ ଖୁବ୍ ଶୀଘ୍ର ସୂର୍ଯ୍ୟଙ୍କ କିରଣରେ ଚାର୍ଜ ହୋଇପାରୁଥିବା ଏକ ହେଡ୍ଫୋନ୍ ଲଞ୍ଚ ହେବାକୁ ଯାଉଛି। ନୂଆ ଟେକ୍ନୋଲୋଜି ଉପରେ ଆଧାରିତ ଏହି ହେଡ୍ଫୋନ୍କୁ JBL କମ୍ପାନୀ ପକ୍ଷରୁ ଲଞ୍ଚ କରାଯିବ।
ମିଳିଥିବା ସୂଚନା ଅନୁସାରେ, ଏହି ହେଡ୍ଫୋନ୍ ‘Solar Powered’ କିମ୍ବା ‘ସେଲ୍ଫ୍ ଚାର୍ଜିଂ’ ବୋଲି ଜଣାପଡ଼ିଛି। ଏହି ହେଡ୍ଫୋନ୍ର ନାଁ JBL REFLECT Eternal ରଖାଯାଇଛି। ୨୦୨୦ ମସିହା ଅଗଷ୍ଟରେ କମ୍ପାନୀ ଏହାର ପ୍ରଡକ୍ସନ ଆରମ୍ଭ କରିବା ସହ ଗ୍ରାହକଙ୍କ ପାଇଁ ଏହି ହେଡ୍ଫୋନ୍ ଉପଲ୍ଲବ୍ଧ କରିବ।
କ୍ୟାଟେଗୋରୀ ଅନୁସାରେ ଏହି ହେଡ୍ଫୋନ୍ର ମୂଲ୍ୟ ଭିନ୍ନ ଭିନ୍ନ ରହିଛି। ସୂଚନା ଅନୁସାରେ, Early Bird ହେଡ୍ଫୋନ୍ର ମୂଲ୍ୟ ୫,୩୦୦ଟଙ୍କା ରହି ଥିବାବେଳେ Early Adoptersର ମୂଲ୍ୟ ୭୦୦୦ଟଙ୍କା ରହିଛି। ଖାଲି ହେଡ୍ଫୋନ୍ରେ ସୋଲାର ଚାର୍ଜିଂ(ସୂର୍ଯ୍ୟ କିରଣ)ର ସୁବିଧା ନାହିଁ ବରଂ ୟୁଏସ୍ବି ଫାଷ୍ଟ୍ ଚାର୍ଜିଂର ସୁବିଧା ମଧ୍ୟ ରହିଛି। ଏହାସହ ୨ ଘଣ୍ଟାର ପ୍ଲେ ଟାଇମ୍ ମଧ୍ୟ ମିଳିବ।
ଯଦି ଆପଣ ହେଡ୍ଫୋନ୍କୁ ପାଖାପାଖି ଦେଢ଼ ଘଣ୍ଟା ଚାର୍ଜିଂ କରୁଛନ୍ତି ତେବେ ୬୮ ଘଣ୍ଟା ଓ ୨ ଘଣ୍ଟା ଚାର୍ଜିଂ କଲେ ୧୬୮ ଘଣ୍ଟାର ଅଡିଓ ପ୍ଲେ ଟାଇମ୍ ମିଳିବ।
from OTV Khabar. https://ift.tt/2Q7BflK
No comments: