କଟକ: ସୁପରସଣ୍ଡେରେ ସୁପର ଶୋ’। ଆଜି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ୍। ସିରିଜିର୍ ଏହା ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିବାରୁ ଜିତିବା ଲକ୍ଷ୍ୟରେ ଉଭୟ ଦଳ। ତେବେ ମ୍ୟାଚ୍ ପୂର୍ବରୁ ଗତକାଲି ଉଭୟ ଦଳ ନେଟ୍ ପ୍ରାକ୍ଟିସ୍ କରିଛନ୍ତି।
ବିଶାଖାପାଟନମରେ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ବାରବାଟୀରେ ଧମାକାଦାର ପ୍ରଦର୍ଶନ ସହ ସିରିଜ୍ କବଜା ଲକ୍ଷ୍ୟରେ ରହିଛି। ସେହିପରି ଟି-ଟ୍ୱେଣ୍ଟି ଓ ଓ୍ୱାନ୍ଡେ ସିରିଜ୍ରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ବାରବାଟୀ ରେକର୍ଡକୁ ଭୁଲ୍ ପ୍ରମାଣିତ କରି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି।
ସୂଚନାଥାଉ କି, ବାରବାଟୀରେ ୧୯୯୪, ୨୦୦୭ ଏବଂ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ସମସ୍ତ ୩ଟି ଯାକ ମୁକାବିଲାରେ ଭାରତ ବାଜିମାତ୍ କରିଛି। ଆଜି ମଧ୍ୟ ବର୍ଷର ଶେଷ ମ୍ୟାଚ୍ରେ ଏହି ରେକର୍ଡକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ।
ସେପଟେ ବାରବାଟୀ ମ୍ୟାଚ୍କୁ ନେଇ ଫ୍ୟାନ୍ଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ବିଜୟ କାମନା କରି କେଉଁଠି ପୂଜାର୍ଚ୍ଚନା କରାଯାଉଛି ତ ଆଉ କେଉଁଠି ଟିମ୍କୁ ଚିଅର୍ ଅପ୍ କରାଯାଉଛି। ଏପଟେ ଟିମ୍କୁ ଉତ୍ସାହିତ କରିବାକୁ ସଚିନ୍ଙ୍କ ସବୁଠୁ ବଡ଼ ଫ୍ୟାନ୍ ସୁଧୀର ଚୌଧୁରୀ, ବିରାଟଙ୍କ ଫ୍ୟାନ୍ ପିଣ୍ଟୁ ମଧ୍ୟ ବାରବାଟୀରେ ପହଞ୍ଚି ସାରିଛନ୍ତି।
from OTV Khabar. https://ift.tt/2EED6cm
No comments: