ପୁଣି ଲଜ୍ଜା !! କଳାହାଣ୍ଡିରେ ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ, ସ୍ୱାମୀ ଟଙ୍କା ପଠାଇଥିବା ବାହାନାରେ ଡାକିନେଲେ, ଦୁଷ୍କର୍ମ କଲେ Kanak News

କନକ ବ୍ୟୁରୋ :ରାଜ୍ୟ ବାହାରେ ଦାଦନ ଖଟୁଥିବା ସ୍ବାମୀ ବିଶ୍ବାସରେ ଜଣେ ଚିହ୍ନା ଲୋକଙ୍କ ହାତରେ ପତ୍ନୀଙ୍କ ପାଖକୁ ପଠାଇଥିଲେ କିଛି ଟଙ୍କା ଓ ଜିନିଷପତ୍ର। ମାତ୍ର ଏହି ଟଙ୍କା ଦେବା ବାହାନାରେ ସଂପୃକ୍ତ ବ୍ୟକ୍ତି ଓ ଅନ୍ୟ ଦୁଇଜଣ ମିଶି ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏଥିସହ ତାଙ୍କ ଘର ଆଲମିରା ଚାବି ଓ ଏଟିଏମ୍ କାର୍ଡ ମଧ୍ୟ ନେଇଯାଇଛନ୍ତି। ଥାନାରେ ଏ ନେଇ ପୀଡ଼ିତା ଅଭିଯୋଗ କରିବା ପରେ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତଲମଲା ଗ୍ରାମର ଝସକେତନ ନାଗ ଓରଫ ଆକାଶ(୨୭), ଲକ୍ଷ୍ମୀକାନ୍ତ ନାଗ ଓରଫ ଅବନ(୩୨) ଓ କିଶୋର ଚନ୍ଦ୍ର ମହାଲିକ(୨୭)। ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ଆଉ ତିନିଜଣ ଯାକ ମିଶି ମହିଳାଙ୍କୁ ପାଖରେ ଥିବା ନାଳାକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ସେଠାରେ ଛାଡ଼ିଦେଇ ତାଙ୍କ ଆଲମାରି ଚାବି ଓ ଏଟିଏମ୍ କାର୍ଡ ନେଇ ୩ଜଣ ଫେରାର୍ ହୋଇଯାଇଥିଲେ। ଏ ସଂପର୍କରେ କାହାରିକୁ କହିଲେ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ତେବେ ଏ ନେଇ ପୀଡ଼ିତା ସଦର ଥାନାରେ ଏତଲା ଦେଇଥିଲେ। ତେବେ ଘଟଣାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
from Kanak News https://ift.tt/2PRVhAB https://ift.tt/2MiRixF
No comments: