ପ୍ରଥମ ଥର ପାଇଁ ବିଶ୍ୱରେ କମ୍ ହୋଇଛି ତମ୍ବାଖୁ ସେବନକାରୀଙ୍କ ସଂଖ୍ୟା, ଧୂମପାନ ଛାଡିଛନ୍ତି ଅନେକ ପୁରୁଷ ଓ ମହିଳା । Kanak News

୧୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପୁରୁଷମାନେ ଧୂମପାନ କରିବା କମ କରିଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବଲ୍ୟୁ.ଏଚ୍.ଓର ରିପୋର୍ଟରେ ଏହା କୁହାଯାଇଛି । ଡବଲ୍ୟୁ.ଏଚ୍.ଓର ରିପୋର୍ଟ ମୁତାବକ, ଧୂମପାନ ଓ ତମ୍ବାଖୁ ସେବନ କରୁଥିବା ପୁରୁଷଙ୍କ ସଂଖ୍ୟା ହ୍ରାସ ପାଇଛି। ଏଭଳି ପରିବର୍ତ୍ତନ ଅନେକ ବର୍ଷ ପରେ ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଏହି ପରିବର୍ତ୍ତନ ବିଭିନ୍ନ ସରକାରଙ୍କ ପରିଶ୍ରମକୁ ଦର୍ଶାଉଛି। ଲୋକମାନେ ଯେପରି ସଚେତନ ହୋଇ ନିଜ ଜୀବନକୁ ବଞ୍ଚାଇବା ପାଇଁ ଧୂମପାନ ଓ ତମ୍ବାଖୁ ସେବନ କମ କରିଛନ୍ତି ତାହା ସାରା ଦେଶରେ ପ୍ରଶଂସନୀୟ । ଡବଲ୍ୟୁ.ଏଚ୍.ଓର ଡାଇରେକ୍ଟର ଜେନେରାଲ ଟେଡ୍ରୋସ ଆଧାନାମ୍ ଘେବେସିସ୍ ଏହି ରିପୋର୍ଟକୁ ନେଇ ମତ ଦିଅନ୍ତି, ଅନେକ ବର୍ଷ ଧରି ଅଧିକ ମାତ୍ରାରେ ତମ୍ବାଖୁ ସେବନ କରୁଥିବା ପୁରୁଷଙ୍କ ସଂଖ୍ୟା ବହୁତ ଥିଲା । କିନ୍ତୁ ପ୍ରଥମ ଥର ପାଇଁ ଏହି ସଂଖ୍ୟା ହ୍ରାସ ପାଇଛି । ତମ୍ବାଖୁ ଶିଳ୍ପକୁ ନେଇ ସରକାର ସଚେତନ ଅଛନ୍ତି । ପ୍ରତିବର୍ଷ ତମ୍ବାଖୁ ସେବନ କରି ପ୍ରାୟ ୮୦ ଲକ୍ଷ ଲୋକ ଜୀବନ ହାରିଥାନ୍ତି । ଏହା ମଧ୍ୟରୁ ୭୦ ଲକ୍ଷ ଲୋକ ସିଧାସଳଖ ଏହାର ଶିକାର ହୋଇଥାନ୍ତି ।
ରିପୋର୍ଟ ଅନୁସାରେ ୨୦୧୮ ରେ ସାରା ବିଶ୍ୱରେ ୬ କୋଟି ଲୋକ ଧୂମପାନ କିମ୍ବା ତମ୍ବାଖୁ ସେବନ କରିଛନ୍ତି । ୨୦୦୦ ରେ ଏହି ସଂଖ୍ୟା ୧୩ କୋଟି ଥିଲା । ୨୦୧୮ ରେ ଏହି ସଂଖ୍ୟା ହ୍ରାସ ପାଇଛି । ୨୦୧୮ ତୁଳନାରେ ୨୦୨୦ରେ ତମ୍ବାଖୁ ସେବନ କରୁଥିବା ପୁରୁଷଙ୍କ ସଂଖ୍ୟା ୧ କୋଟିକୁ ହ୍ରାସ ପାଇବ ବୋଲି ରିପୋର୍ଟରେ ଆଶା କରାଯାଇଛି । ସେହିଭଳି ଧୂମପାନ କରୁଥିବା ମହିଳାଙ୍କ ସଂଖ୍ୟା ୨୦୦୦ରେ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଏହି ସଂଖ୍ୟା ୩୪.୬୦ କୋଟି କମ୍ ଥିବା ଦେଖିବାକୁ ମିଳିଛି । ୨୦୧୮ରେ ଏହାର ଅନୁପାତ ୨୪.୪ କୋଟି ଥିଲା । ଏହି ସମୟରେ ଧୂମପାନ କରୁଥିବା ପୁରୁଷଙ୍କ ଅନୁପାତ ୧.୦୫ ଆରବ ରୁ ବୃଦ୍ଧି ପାଇ ୧.୦୯୩ ଆରବରେ ପହଞ୍ଚିଥିଲା । ତମ୍ବାଖୁ ପ୍ରତ୍ୟେକ ଓ ପରୋକ୍ଷ ଭାବରେ ମଣିଷ ଶରୀରକୁ କ୍ଷତି ପହଞ୍ଚାଇ ଥାଏ । କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହୋଇଥାନ୍ତି ସେବନକାରୀ । ଲୋକେ ବିଡ଼ି, ସିଗାରେଟ , ପାଇପ୍ , ୱାଟର ପାଇପ୍ ମାଧ୍ୟମରେ ତମ୍ବାଖୁ ସେବନ କରିଥାନ୍ତି ।
from Kanak News https://ift.tt/2Sbg58G https://ift.tt/2SfoOHg


No comments: