ଏଣିକି ଇଣ୍ଟରନେଟରେ ସହଜରେ ଉପଲବ୍ଧ ହେବ ଗବେଷକ ଜଗନ୍ନାଥ ଦାସଙ୍କ ସମସ୍ତ କୃତି : ତେବେ ଜାଣନ୍ତୁ କେଉଁ ୱେବସାଇଟରୁ ଆପଣ ପାଇପାରିବେ ଏହି କୃତି Kanak News

କନକ ବ୍ୟୁରୋ : ଏଣିକି ଇଂଟରନେଟରେ ସହଜରେ ଏବଂ ମାଗଣାରେ ମିଳିବ ବିଶିଷ୍ଟ ଗବେଷକ ଜଗନ୍ନାଥ ଦାସ ଓ ତାଙ୍କ ବାପା ତଥା ବିଶିଷ୍ଟ ସାହିତ୍ୟ ସାଧକ ଶ୍ରୀଧର ଦାସଙ୍କ ସମସ୍ତ କୃତି । ସେମାନଙ୍କ ବହିଗୁଡିକୁ ଡିଜିଟାଇଜ୍ କରାଯାଇଛି ଏବଂ ଏହାକୁ ଓଡିଆବିଭବ ଡଟ୍ ଇନ୍ ୱେବ୍ ସାଇଟରେ ରଖାଯାଇଛି । ଫଳରେ ଦେଶ ବିଦେଶର ଆଗ୍ରହୀ ପାଠକ ସେମାନଙ୍କ ବହି ଗୁଡିକ ସହଜରେ ପାଇପାରିବେ । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ଜଗନ୍ନାଥ ପ୍ରସାଦ ଦାସ ଏକାଧାରରେ କବି, ଲେଖକ, ଗବେଷକ, ନାଟ୍ୟକାର ଓ ସମାଲୋଚକ । ସେ ଓଡିଆରେ ଲେଖୁଥିବା ବେଳେ ତାଙ୍କର ସମସ୍ତ କୃତି ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଅନୁଦିତ । ସର୍ବ ଭାରତୀୟ ସ୍ତରରେ ସେ ଏକ ପରିଚିତ ସାରସ୍ୱତ ବ୍ୟକ୍ତିତ୍ୱ । ସେହିପରି ତାଙ୍କ ବାପା ଅଧ୍ୟାପକ ଶ୍ରୀଧର ଦାସ ଜଣେ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ଶିକ୍ଷାବିଦ୍, ନାଟ୍ୟକାର ଓ ଅନୁବାଦକ ଭାବେ ବେଶ ପରିଚିତ ।


from Kanak News https://ift.tt/35oepg3 https://ift.tt/2tePZXX
No comments: