ଝାଡ଼ଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ : କଡା ସୁରକ୍ଷା ମଧ୍ୟରେ୧୬ଟି ଆସନ ପାଇଁ ମତଦାନ ଜାରି

ରାଞ୍ଚି ୨୦।୧୨: ଶୁକ୍ରବାର ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ୧୬ଟି ବିଧାସଭା ଆସନ ପାଇଁ  ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।  କଡା ସୁରକ୍ଷାବଳୟ ମଧ୍ୟର ମତଦାନ ଜାରି ରହିଛି ।

ପଞ୍ଚମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୧୬ଟି ଆସନରେ ଭୋଟ୍  ଗ୍ରହଣ ହେବ। ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ହେବ। ୨୯ ମହିଳା ପ୍ରାର୍ଥୀଙ୍କ ସମେତ ସମୁଦାୟ ୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦ ଲକ୍ଷରୁ ଅଧିକ ଭୋଟର। ପଞ୍ଜମ ପର୍ଯ୍ୟାୟ ରେ ଥିବା ହାଇ ପ୍ରୋଫାଇଲ୍  ପ୍ରାର୍ଥୀମାନେ ହେଉଛନ୍ତି ରାଜ୍  ପଲିୱାର, ଲୁଇସ୍  ମାରାଣ୍ଡି ଏବଂ ରନଧୀର ସିଂହ। କଂଗ୍ରେସ-ଜେଏମଏମ୍  -ଆରଜେଡି ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ୍  ଡୁମ୍‌କା ଏବଂ ବାରହେଟ୍ ରୁ ନିର୍ବାଚନ ଲଢ଼ୁଛନ୍ତି। ସମୁଦାୟ ୨୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ଜଣ ତଥା ୨୪ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଏବଂ ସେମାନଙ୍କ ମଧ୍ୟରୁ ୪୨ ଜଣ ଗୁରୁତର ଅପରାଧିକ ମାମଲା ସାମ୍ନା କରୁଛନ୍ତି । ଭୋଟ ପାଇଁ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।



from Prameya News7 https://ift.tt/2Q6DRQu
ଝାଡ଼ଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ : କଡା ସୁରକ୍ଷା ମଧ୍ୟରେ୧୬ଟି ଆସନ ପାଇଁ ମତଦାନ ଜାରି ଝାଡ଼ଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ନିର୍ବାଚନ : କଡା ସୁରକ୍ଷା ମଧ୍ୟରେ୧୬ଟି ଆସନ ପାଇଁ ମତଦାନ ଜାରି Reviewed by SUBHENDU BARAL on December 19, 2019 Rating: 5

No comments:

Powered by Blogger.