ଯଦି ଆପଣ ଏବେବି ଏମିତି ପାସ୍‌ଓ୍ବାର୍ଡ ରଖୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ପଡିବେ ଅସୁବିଧାରେ

ନୂଆଦିଲ୍ଲୀ ୨୨।୧୨: ଆଜିକାଲ ସୋସିଆଲ ମିଡିଆରେ ଲୋକଙ୍କ ଏକାଧିକ ଆକାଉଣ୍ଟ ରହୁଛି । ତେଣୁ ସବୁର ପାସଓ୍ବାର୍ଡ ମନେରଖିବା ଏତେ ସହଜ ହେଉନାହିଁ । ତେଣୁ ଅଧିକାଂଶ ଲୋକ ନିଜର ଡିଭାଇସ୍ ଅଥବା ସୋସିଆଲ ମିଡିଆ ଆକାଉଣ୍ଟର ପାସଓ୍ବାର୍ଡ ‘୧୨୩୪୫୬’ ରଖଥିବା ଜଣାପଡିଛି । ଯଦି ଆପଣ ମଧ୍ୟ ଏଭଳି ପାସଓ୍ବାର୍ଡ ରଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।ନଚେତ୍ ଅସୁବିଧାରେ ପଡିପାରନ୍ତି ।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡର ପ୍ଲେମାଉଥ୍ ୟୁନିଭର୍ସିଟିର ଏକ ଗବେଷଣାରୁ ଜଣାପଡିଛି ଯେ, ୧୬ ଅଙ୍କ ବିଶିଷ୍ଟ ପାସଓ୍ବାର୍ଡ ରଖୁଥିବା ଲୋକଙ୍କ ତୁଳନାରେ ଏଭଳି ସହଜ ପାସଓ୍ବାର୍ଡ ରଖୁଥିବା ଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏକ ରିପୋର୍ଟ ମୁତାବିକ ଯଦି ଡିଭାଇସ୍ ଅଥବା ନିଜର ସୋସିଆଲ ମିଡିଆ ପାସଓ୍ବାର୍ଡ ‘୧୨୩୪୫୬’ର ବ୍ୟବହାର କରୁଛନ୍ତି ତେବେ ତାହାକୁ ଯଥାଶୀଘ୍ର ବଦଳାଇ ଦିଅନ୍ତୁ । ନଚେତ୍ ଆପଣଙ୍କ ଆକାଉଣ୍ଟ ଏବଂ ଡିଭାଇସ୍ ହ୍ୟାକରମାନଙ୍କ ପାଇଁ ହ୍ୟାକ୍ କରିବା ସହଜ ହୋଇଯିବ ।

ଅଧିକାଂଶ ସମୟରେ ସାଇବର ଅପରାଧୀଙ୍କଠାରୁ ଆକାଉଣ୍ଟର ୟୁଜର୍ସଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଏହି ପାସଓ୍ବାର୍ଡକୁ ଅନ୍ୟ ସାଇବର ହ୍ୟାକରଙ୍କୁ ଉପଲବ୍ଧ କରାଯାଇଥାଏ । ଯାହାଦ୍ବାରା ମଧ୍ୟ ଆପଣଙ୍କ ଆକାଉଣ୍ଟର କ୍ଷତି ହୋଇଥାଏ । ଫଳରେ ଡିଭାଇସ୍ ହେଉ କି ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟର ପାସଓ୍ବାର୍ଡ, ସବୁବେଳେ ଷ୍ଟ୍ରଙ୍ଗ୍ ପାସଓ୍ବାର୍ଡ ବ୍ୟବହାର କରିବା ଉଚିତ୍ ।



from Prameya News7 https://ift.tt/2sUVUS8
ଯଦି ଆପଣ ଏବେବି ଏମିତି ପାସ୍‌ଓ୍ବାର୍ଡ ରଖୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ପଡିବେ ଅସୁବିଧାରେ ଯଦି ଆପଣ ଏବେବି ଏମିତି ପାସ୍‌ଓ୍ବାର୍ଡ ରଖୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ପଡିବେ ଅସୁବିଧାରେ Reviewed by SUBHENDU BARAL on December 21, 2019 Rating: 5

No comments:

Powered by Blogger.