ନିଷ୍ଠୁରତା : ପିଲାର ଖେଳନା ନେଇଯିବାରୁ କିଭଳି ଜଣେ ଅଭିଭାବକ ଅଙ୍ଗନଓ୍ବାଡି ଶିଶୁକୁ ଦଣ୍ଡ ଦେଉଛନ୍ତି ଦେଖନ୍ତୁ ଭିଡିଓ…

ଆନନ୍ଦପୁର ୬।୧୧: ପିଲାର ଖେଳଣା ନେଇଯିବାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଶିଶୁକୁ ଦଣ୍ଡ ଦେଲେ ଅଭିଭାବକ । ଏହି ଦଣ୍ଡ ଦେବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଶିବନାରାୟଣପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜଣେ ଅଭିଭାବକ କିପରି ନିଷ୍ଠୁର ପାଲଟି ଯାଇଛନ୍ତି । ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି । ଖେଳଣା ଛଡାଇ ନେଇଥିବାରୁ କୋମଳମତି ବାଳକକୁ ଚାପୁଡା ମାରୁଛନ୍ତି, କାନ ମୋଡୁଛନ୍ତି । ସେତିକିରେ କିନ୍ତୁ ମନ ଶାନ୍ତ ହେଉନି ଯେ ପିଲାଟିର ୨ ଗୋଡ଼କୁ ଉପରକୁ ଟେକି ମୁଣ୍ଡ ତଳକୁ କରିଦେଉଛନ୍ତି । ପିଲାଟି କାନ୍ଦିଲେ ବି ତାକୁ ଛାଡୁ ନାହାନ୍ତି ।

ବେଶ୍ କିଛି ସମୟ ଧରି ବ୍ୟକ୍ତି ଜଣକ ଏପରି କରିଚାଲିଥିଲେ । ଅଙ୍ଗନଓ୍ବାଡି ଦିଦି ବାରଣ କରିଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଭୃକ୍ଷେପ କରିନଥିଲେ । ପିଲାଟିକୁ ଧମକ ଚମକ ଦେଇ ଚାଲିଥିଲେ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓକୁ…



from Prameya News7 https://ift.tt/36Caa1o
ନିଷ୍ଠୁରତା : ପିଲାର ଖେଳନା ନେଇଯିବାରୁ କିଭଳି ଜଣେ ଅଭିଭାବକ ଅଙ୍ଗନଓ୍ବାଡି ଶିଶୁକୁ ଦଣ୍ଡ ଦେଉଛନ୍ତି ଦେଖନ୍ତୁ ଭିଡିଓ… ନିଷ୍ଠୁରତା : ପିଲାର ଖେଳନା ନେଇଯିବାରୁ କିଭଳି ଜଣେ ଅଭିଭାବକ ଅଙ୍ଗନଓ୍ବାଡି ଶିଶୁକୁ ଦଣ୍ଡ ଦେଉଛନ୍ତି ଦେଖନ୍ତୁ ଭିଡିଓ… Reviewed by SUBHENDU BARAL on November 05, 2019 Rating: 5

No comments:

Powered by Blogger.