୭୦ ଛୁଇଁଲା ପିଆଜ କିଲୋ : ରିହାତି ଦରରେ ଯୋଗାଇବାକୁ ବିଚାର କରୁଛନ୍ତି ସରକାର, ସେପଟେ ବାତ୍ୟା ଖବର ଶୁଣିବା ପରେ ପରିବା ଦର ଆକାଶଛୁଆଁ Kanak News
କନକ ବ୍ୟୁରୋ : ରାଜ୍ୟରେ ପିଆଜ ଦର ଆକାଶଛୁଆଁ । ରାଜଧାନୀରେ ପିଆଜ କିଲୋ ଛୁଇଁଲା ୭୦ ଟଙ୍କା । କାର୍ତିକ ମାସରେ ପିଆଜର ବ୍ୟବହାର ସେତେଟା ନଥିଲେ ମଧ୍ୟ ପିଆଜର ଦର ବୃଦ୍ଧି ଖାଉଟିଙ୍କୁ କନ୍ଦାଇଲାଣି । ତେବେ ଆସନ୍ତା ୧୫ ଦିନ ଯାଏଁ ପିଆଜ ଦର କମିବା ନାହିଁ ବରଂ ବଢିବା ସମ୍ଭାବନା ରହିଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଲେ, ଆହୁରି ବଢିବ ପିଆଜ ଦର । ୬ରୁ ୧୦ ଟଙ୍କା ପର୍ଯ୍ୟନ୍ତ ପିଆଜ ଦର ବଢିପାରେ ।
ଲୋକଙ୍କୁ ପିଆଜ ଯୋଗାଇଦେବାକୁ ସରକାର ଚିନ୍ତା କରୁଛନ୍ତି । ପିଆଜ ଆମଦାନୀ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଦ୍ରପ୍ରଦେଶରେ ବର୍ଷା ହେଉଥିବାରୁ ପିଆଜ ଦର ବଢୁଛି । ସେପଟେ ବାତ୍ୟା ଖବର ଶୁଣିବା ପରେ ପରିବାର ଦର ଆକାଶ ଛୁଆଁ ହୋଇଛି । ବାତ୍ୟା ପାଇଁ କଳାବଜାରୀ ଉପରେ ନଜର ରଖାଯାଇଥିବା ମନ୍ତ୍ରୀ କହିଛନ୍ତି । ଆଳୁ କିଲୋ ୨୪ ଟଙ୍କା ହୋଇଥିବା ବେଳେ ବାଇଗଣର କିଲୋ ପ୍ରତି ଦର ରହିଛି ୫୦ ଟଙ୍କା ।
ସେହିପରି ପୋଟଳ ୬୦ ଟଙ୍କା, ବିଲାତି ୫୦ ଟଙ୍କା,ବନ୍ଧା କୋବି ୩୫ ଟଙ୍କା ଓ ଫୁଲକୋବି ୬୦ ଟଙ୍କା ରହିଛି । ବାତ୍ୟା ଆଳରେ ପରିବା ଦରକୁ ମନଇଛା ବଢାଇଛନ୍ତି ବେପାରୀ ।
from Kanak News https://ift.tt/33nPPuO https://ift.tt/2WNkFKB
No comments: