ରାବଣପୋଡ଼ି ପାଇଁ ଟ୍ୱିନ୍ ସିଟିରେ ବ୍ୟାପକ ବ୍ୟବସ୍ଥା OTV KHABAR BUREAU

ଭୁବନେଶ୍ୱର: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ।। ସେ ଦୃଷ୍ଟିରୁ ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟାପକ ବ୍ୟବସ୍ଥା  ହୋଇଛି।

ଏଥର କମିଶନରେଟ୍ ଅଞ୍ଚଳରେ ୫ଟି ଜାଗାରେ ହେବ ରାବଣପୋଡ଼ି କାର୍ଯ୍ୟକ୍ରମ। ରାଜଧାନୀର ବରମୁଣ୍ଡା, ଝାରପଡ଼ା, ନହରକଣ୍ଟା, ଚନ୍ଦକା ଓ ଜଟଣୀରେ ହେବ ରାବଣପୋଡ଼ି। ଆତସବାଜି କାର୍ଯ୍ୟକ୍ରମ ସ୍ଥାନଠାରୁ ୧୦୦ ମିଟର ଦୂରରେ ଦର୍ଶକ ରହିବେ ବୋଲି ପୁଲିସ୍ ଗାଇଡ୍‌ଲାଇନ୍ ଜାରି କରିଛି। ବାରିକେଡ୍ ସହ ଆତସବାଜି ଲାଗି ଅଗ୍ନିନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା ମଣ୍ଡପ କର୍ମକର୍ତ୍ତାମାନେ ମଧ୍ୟ ପୁଲିସ ଗାଇଡ୍‌ଲାଇନ ପାଳନ କରୁଥିବା କହିଛନ୍ତି।

କଟକରେ ମଧ୍ୟ ବ୍ୟାପକ ଆୟୋଜନ ହୋଇଛି। ବାରବାଟୀ ସର୍ବଧର୍ମ ସାଂସୃତିକ ଅନୁଷ୍ଠାନ ପକ୍ଷରୁ ବାଲିଯାତ୍ରା ତଳପଡ଼ିଆରେ ଆୟୋଜନ ହୋଇଛି। ରାବଣପୋଡ଼ି ଉତ୍ସବା ୫୦ ଫୁଟରୁ ଅଧିକ ରାବଣ ନିର୍ମିତ ହେବା ସହ ଆତସବାଜି, ବନାଟି ଓ ସାଂସୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସନ୍ଧ୍ୟା ୬.୩୦ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ କେବଳ ଆତସବାଜି ପ୍ରତିଯୋଗିତା ଚାଲିବ। କାର୍ଯ୍ୟକ୍ରମ ଶେଷରେ ଜଣେ ବାଳକ ରାମ ବେଶରେ ରାବଣକୁ ଅଗ୍ନି ସଂଯୋଗ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବାଲେଶ୍ୱର ଓ ଜୟପୁରରେ ମଧ୍ୟ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା।



from OTV Khabar. https://ift.tt/321ZCWM
ରାବଣପୋଡ଼ି ପାଇଁ ଟ୍ୱିନ୍ ସିଟିରେ ବ୍ୟାପକ ବ୍ୟବସ୍ଥା OTV KHABAR BUREAU ରାବଣପୋଡ଼ି ପାଇଁ ଟ୍ୱିନ୍ ସିଟିରେ ବ୍ୟାପକ ବ୍ୟବସ୍ଥା OTV KHABAR BUREAU Reviewed by SUBHENDU BARAL on October 07, 2019 Rating: 5

No comments:

Powered by Blogger.