ଭାରତୀୟ ସେନାକୁ ମିଳିଲା ଆମେରିକାର ହାଲୁକା ତୋପ । ଚୀନ୍ ସୀମାରେ ବଢିବ ଭାରତୀୟ ସେନାର ଶକ୍ତି । ଗେମ୍ ଚେଂଜର ହେବ ଏମ୍ ୭୭୭ ଅଲଟ୍ରା ଲାଇଟ୍ ତୋପ । Kanak News
କନକ ବ୍ୟୁରୋ : ଭାରତ-ଚୀନ୍ ସୀମାରେ ବଢିବ ଭାରତୀୟ ସେନାର ଶକ୍ତି । ଚୀନକୁ ଲାଗିରହିଥିବା ଅରୁଣାଚଳ ପ୍ରଦେଶ ସୀମାରେ ମୁତୟନ ହେବ ଏମ୍ ୭୭୭ ଅଲଟ୍ରା ଲାଇଟ୍ ତୋପ । ଏଥିପାଇଁ ଆର୍ଟିଲରୀ ରେଜିମେଂଟସକୁ ଏମ୍-୭୭୭ ଅପରେଟ୍ କରିବା ପାଇଁ ତାଲିମ ମଧ୍ୟ ଦିଆଯାଉଛି । ଲଦାଖରେ ମଧ୍ୟ ଏହି ତୋପ ମୁତୟନ କରିବା ଯୋଜନା ରହିଛି । ଆଉ ଏହି ତୋପ ତୋପକୁ ସୀମାରେ ଗେମ୍ ଚେଂଜର ବୋଲି ଆକଳନ କରାଯାଉଛି ।
ଆମେରିକାର ହାଲୁକା ହୋୱିତଜର ତୋପ । ପୂର୍ବ ଅରୁଣାଚଳ ପ୍ରଦେଶରେ ହେବ ମୁତୟନ, ଏଲଏସିରେ ଚୀନକୁ ଦେବ କଡା ମୁକାବିଲା । ଭାରତୀୟ ସେନାକୁ ମିଳିଛି ଆମେରିକୀୟ ହାଲୁକା ତୋପ । ଯାହା ପ୍ରତିରକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ପୂର୍ବ ଅରୁଣାଚଳ ପ୍ରଦେଶରେ ଏମ-୭୭୭ ଅଲଟ୍ରା-ଲାଇଟ୍ ହୋୱିତଜର ମୁତୟନ ହେବ ବୋଲି ଜଣାପଡିଛି । ବର୍ଷ ଶେଷ ଆଡକୁ ଅରୁଣାଚଳର ପାହାଡି ଇଲାକାରେ ଏହି ୧୫୫ ଏମଏମ/୩୯ କାଲିବରର ହୋୱିତଜରକୁ ମୁତୟନ କରାଯିବ ବୋଲି ସ୍ଥଳସେନା ସୂତ୍ରରୁ ସୂଚନା ମିଳିଛି ।
ହୋୱିତଜର ଚୁକ୍ତି
– ନଭେମ୍ବର ୨୦୧୬ରେ ଆମେରିକାଠାରୁ ହାଲୁକା ତୋପ କିଣିବାକୁ ହୋଇଥିଲା ଚୁକ୍ତି
– ୭୫୦ ମିଲିଅନ ଡଲାରରେ ଆମେରିକା ଦେବ ୧୪୫ଟି ହୋୱିତଜର ତୋପ
– ଏହି ହାଲୁକା ତୋପକୁ ଫୋଲ୍ଡ କରି ହେଲିକପ୍ଟରରେ ମଧ୍ୟ ସ୍ଥାନାନ୍ତର କରିହେବ
– ଅତି ହାଲୁକା ତୋପ ହୋଇଥିବାରୁ ଉଚ୍ଚ ପାହାଡିଆ ଇଲାକାରେ ପହଂଚି ପାରିବ
– ସର୍ବନିମ୍ନ ୨୪ କିଲୋମିଟର ଓ ସର୍ବାଧିକ ୩୦ କିଲୋମିଟର ଲକ୍ଷ୍ୟଭେଦ କରିବ
– ସ୍ଥଳପଥରେ ରହି ଆକାଶରେ ଶତ୍ରୁ ପକ୍ଷର ବିମାନକୁ ମଧ୍ୟ ଟାର୍ଗେଟ କରିପାରିବ
କୁହାଯାଉଛି ୩୦ କିଲୋମିଟର ଯାଏଁ ଗୁଳିଗୋଳା ମାଡ କରିପାରୁଥିବା ଏହି ହାଲୁକା ତୋପକୁ ପରିବହନ କରିବା ଅତି ସହଜ । ଭାରତୀୟ ବାୟୁସେନାର ଚିକୁନ ହେଲିକପ୍ଟରରେ ଏହାକୁ ପାହାଡିଆ ଅଂଚଳକୁ ମଧ୍ୟ ପରିବହନ କରିହେବ । ତେଣୁ ସ୍ଥଳସେନାର ଶକ୍ତି ବୃଦ୍ଧି କରିବ ଆମେରିକାର ଏହି ହାକୁଲା ତୋପ ।
ଗତବର୍ଷ ଡୋକଲାମରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଥିଲା ଚୀନ ସେନା । ଗତମାସରେ ମଧ୍ୟ ଲଦାଖର ଆକଚୁଆଲ ଲାଇନ ଅଫ କଂଟ୍ରୋଲ ନିକଟରେ ଭାରତୀୟ ସେନାକୁ ନାଲିଆଖି ଦେଖାଇଥିଲା ଡ୍ରାଗନ୍ । ତେଣୁ ଚୀନପଟୁ ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଏହିଠାରେ ହୋୱିତଜର ତୋପକୁ ମୁତୟନ କରିବା ପାଇଁ ଚିନ୍ତା କରୁଛି ଭାରତୀୟ ସେନା । କୁହାଯାଉଛି ଅରୁଣାଚଳର ୮୨ ମାଉନଟେନ୍ ବ୍ରିଗେଡ୍ ହେଡକ୍ୱାର୍ଟରଠାରୁ ତେଜୁ ପରି ଫରୱାର୍ଡ ବ୍ରିଗେଡରେ ପହଂଚିବା ପାଇଁ ଭାରତୀୟ ଯବାନଙ୍କୁ ଦୁଇଦିନ ଲାଗିଥାଏ । ହେଲେ ଆମେରିକା ନିର୍ମିତ ଏହି ହାଲୁକା ହୋୱିତଜର ତୋପକୁ ହେଲିକପ୍ଟର ଜରିଆରେ ଅତି ସହଜରେ ଏହିସବୁ ଫରୱାର୍ଡ ପୋଷ୍ଟରେ ପହଂଚାଯାଇପାରିବ ।
ହୋୱିତଜର ଚୁକ୍ତି
– ଆମେରିକା ସହ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମେ ୨୫ଟି ହୋୱିତଜର ତୋପ ଆସିବ
– ଆମେରିକା ବିଏଇ ସିଷ୍ଟମ୍ସ ଯୋଗାଇ ଦେବ ଏମ-୭୭୭ ଅଲଟ୍ରା-ଲାଇଟ୍ ହୋୱିତଜର ତୋପ
– ବଳକା ୧୨୦ଟି ତୋପ ମୋଦି ସରକାରଙ୍କ ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରସ୍ତୁତ ହେବ
– ଆମେରିକା ସହାୟତାରେ ଏଗୁଡିକୁ ପ୍ରସ୍ତୁତ କରିବ ଭାରତୀୟ କମ୍ପାନି ମହିନ୍ଦ୍ରା ଡିଫେନ୍ସ
– ୨୦୨୧ ସୁଦ୍ଧା ସମସ୍ତ ୧୪୫ଟି ହୋୱିତଜର ତୋପ ଭାରତୀୟ ସେନାରେ ସାମିଲ ହେବ
୧୯୮୦ରେ ବୋଫର୍ସ ଦୁର୍ନୀତି ପରେ ପ୍ରଥମଥର ଭାରତ ସରକାର ବିଦେଶରୁ ତୋପ କିଣୁଛନ୍ତି । ଗତବର୍ଷ ଡିସେମ୍ବରରେ ତତକାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ସହ ଏମ-୭୭୭ ହୋୱିତଜର ତୋପ ଚୁକ୍ତି ସହ ଆଗକୁ ବଢିବା ନେଇ ଘୋଷଣା କରିଥିଲେ ।
from Kanak News https://ift.tt/2MlLFwa https://ift.tt/35jCKnI
No comments: