କନକ ବ୍ୟୁରୋ : ଆଜି ଭାରତକୁ ମିିଳିବ ପ୍ରଥମ ରାଫେଲ ଯୁଦ୍ଧ ବିମାନ । ରାଫେଲ ଯୁଦ୍ଧ ବିମାନକୁ ଗ୍ରହଣ କରିବାକୁ ଫ୍ରାନ୍ସରେ ପହଁଚିଛନ୍ତିି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଆଜିି ସେ ରାଫେଲ ଯୁଦ୍ଧବିମାନରେ ପ୍ରଥମେ ଉଡାଣ ଭରିବେ । ଆଜି ଭାରତୀୟ ବାୟୁସେନା ଦିବସ ହୋଇଥିବାରୁ ଏହି ଦିନରେ ରାଫେଲ ବିମାନ ଗ୍ରହଣ କରିବାକୁ ଭାରତ ସ୍ଥିର କରିଥିଲା ବୋଲି କୁହାଯାଉଛି । ରାଫେଲକୁ ଭାରତୀୟ ବାୟୁ ସେନା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଜନାଥ । ସେପଟେ ୨୦୨୦ ସୁଦ୍ଧା ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିଯିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।
ଭାରତୀୟ ବାୟୁସେନା ଦିବସରେ ଭାରତକୁ ମିିଳିବାକୁ ଯାଉଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଆଜି ସେ ରାଫେଲ ଯୁଦ୍ଧବିମାନରେ ପ୍ରଥମେ ଉଡାଣ ଭରିବେ । ସେପଟେ ୨୦୨୦ ସୁଦ୍ଧା ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିଯିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି । ରାଜନାଥ ଆଣିବେ ପ୍ରଥମ ରାଫେଲ୍ । ଆଜି ଗ୍ରହଣ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଫ୍ରାନ୍ସଠାରୁ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବା ନେଇ ଅନେକ ବାଦ ବିବାଦ ହୋଇଛି । ବିଶେଷ କରି ମୋଦି ସରକାରଙ୍କ ବିରୋଧରେ ଏହାକୁ ନିର୍ବାଚନୀ ପ୍ରଚାରର ପ୍ରମୁଖ ଅସ୍ତ୍ର କରିଥିଲା ବିରୋଧୀ କଂଗ୍ରେସ । ତେବେ ତମାମ ପ୍ରଚାରର ପ୍ରଭାବ ମୋଦି ସରକାରଙ୍କ ଉପରେ ପଡିନଥିବାବେଳେ ରାଫେଲ ଡିଲ ସହ ଆଗକୁ ବଢିଥିଲେ ବିଜେପି ସରକାର । ଏବେ ଫ୍ରାନ୍ସର ଡାସଲ୍ଡ ଏଭିଏସନଠାରୁ ପ୍ରଥମ ରାଫେଲ ବିମାନ ଆଣିବା ଲାଗି ଫ୍ରାନ୍ସରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପୂର୍ବରୁ ଏହା ସେପ୍ଟମ୍ବର ୨୦ ତାରିଖ ସୁଦ୍ଧା ମିଳିଯିବ ବୋଲି କୁହାଯାଉଥିଲା । କିନ୍ତୁ ଆଜି ଏହି ବିମାନ ଆଣିବା ପଛରେ ଦୁଇଟି କାରଣ ଥିବା କୁହାଯାଉଛି ।
୧- ଏହିଦିନ ଦଶହରା ପଡୁଛି
୨- ବାୟୁସେନା ପ୍ରତିଷ୍ଠା ଦିବସ ମଧ୍ୟ ରହିଛି ।
ତେଣୁ ଏହି ଦିନକୁ ବାଛିଛନ୍ତି କେନ୍ଦ୍ର ସରକାର । ୨୦୨୦ ସୁଦ୍ଧା ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିଯିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି । ଫ୍ରାନ୍ସର ଡାସଲ୍ଡ ଏଭିଏସନଠାରୁ ୩୬ଟି ରାଫେଲ ବିମାନ କିଣିବାକୁ ଚୁକ୍ତି ହୋଇଛି ।
ରାଫେଲ ଲଢୁଆ ବିମାନ :
– ଆକଶମାର୍ଗରେ ହିଁ ଶତ୍ରୁ ବିମାନକୁ ଟାର୍ଗେଟ୍ କରିପାରିବ
– ଆକାଶମାର୍ଗରେ ରହି ଭୂପୃଷ୍ଠରେ ଟାର୍ଗେଟକୁ ହିଟ୍ କରିବ
– ଆକାଶମାର୍ଗରୁ ପରମାଣୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିବାକୁ ସମର୍ଥ
– ଶତ୍ରୁ ବିମାନକୁ ଲୋକେଟ୍ କରିବ ଓ ରାଡାରକୁ ଜାମ୍ କରିଦେବ
– ଆକ୍ରମଣ କରି ଫେରିଆସିବାକୁ ରହିଛି ସ୍ୱତନ୍ତ୍ର ସିଷ୍ଟମ
– ଅଳ୍ପ ଉଚ୍ଚରେ ଉଡି ଅଥବା ଉଚ୍ଚରେ ଥାଇ ଯୁଦ୍ଧ କରିବାକୁ ସମର୍ଥ
from Kanak News https://ift.tt/2p0cGx1 https://ift.tt/339fff1
No comments: