‘ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି’: ସୁଷମାଙ୍କ ଶେଷ ଟ୍ୱିଟ୍‌ Rajalaxmi Sahoo

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ଗତକାଲି ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

ମୃତ୍ୟୁର ମାତ୍ର ୩ ଘଣ୍ଟା ପୂର୍ବରୁ ସେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍‌ରେ ସେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଟ୍ୱିଟ୍‌ ସେ ଉଲ୍ଲେଖ କରିଥିଲେ- ‘ପ୍ରଧାନମନ୍ତ୍ରୀ ଜୀ, ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି।

ସୁଷମାଙ୍କ ଏହି ଶେଷ ଏହି ଟ୍ୱିଟ୍‌କୁ ୨ ଲକ୍ଷ ୧୬ ହଜାର ଲାଇକ୍ ମିଳିଥିବା ବେଳେ ୫୨ ହଜାର ରିଟ୍ୱିଟ୍‌ ହୋଇଛି। ଟ୍ୱିଟ୍‌ରରେ ସୁଷମାଙ୍କ ଫଲୋଅର ସଂଖ୍ୟା ୧ କୋଟି ୩୦ ଲକ୍ଷରୁ ଅଧିକ ଥିବାବେଳେ ସେ କାହାକୁ ଫଲୋ କରି ନ ଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ସୁଷମା ସ୍ୱରାଜଙ୍କ ବିୟୋଗରେ ସାରାଦେଶ ସ୍ତବ୍ଧ



from OTV Khabar. https://ift.tt/2YNpBma
‘ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି’: ସୁଷମାଙ୍କ ଶେଷ ଟ୍ୱିଟ୍‌ Rajalaxmi Sahoo ‘ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି’: ସୁଷମାଙ୍କ ଶେଷ ଟ୍ୱିଟ୍‌ Rajalaxmi Sahoo Reviewed by SUBHENDU BARAL on August 06, 2019 Rating: 5

No comments:

Powered by Blogger.