ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ Rajalaxmi Sahoo

ରାୟଗଡ଼ା: ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ ହୋଇଛି। କିଛି ଟ୍ରେନ୍‌ର ସମୟ ପରିବର୍ତ୍ତନ ହୋଇଥିବା ବେଳେ ଆଉ କେତେକ ଟ୍ରେନ ବାତିଲ ହୋଇଛି। ସେହିପରି ଆଉ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି।

ରାୟଗଡ଼ା-ଟିଟିଲାଗଡ଼ ଷ୍ଟେସନ ରୁଟ୍‌ର ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବାରୁ ରେଳ ସେବାରେ ବାଧା ଉପୁଜିଛି। ଆଜି ପାଇଁ ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍, ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜରକୁ ଉଭୟ ପଟୁ ବାତିଲ କରାଯାଇଛି।

ଗତ ୫ତାରିଖରୁ ଅହମ୍ମଦାବାଦରୁ ବାହାରିଥିବା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍ ଟିଟିଲାଗଡ଼, ସମ୍ବଲପୁର ଓ ଅନୁଗୁଳ ଦେଇ ଖୋର୍ଦ୍ଧା ରୋଡ଼ରେ ପହଞ୍ଚିବ।

ସେହିପରି ବିଶାଖପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସର ମଧ୍ୟ ରୁଟ୍ ପରିବର୍ତ୍ତନ କରାଯାଇଛି।

ଗତକାଲି ଭୁବନେଶ୍ୱରରୁ ବାହାରିଥିବା ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ଏଥିସହ ଆହୁରି ଅନେକ ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ‌ଆଂଶିକ ଭାବେ ବାତିଲ କରାଯାଇଛି।



from OTV Khabar. https://ift.tt/2M6pHiP
ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ Rajalaxmi Sahoo ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ Rajalaxmi Sahoo Reviewed by SUBHENDU BARAL on August 07, 2019 Rating: 5

No comments:

Powered by Blogger.