ସୁରତ: ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡ୍ରେ ମାଟିରେ ମିଶିଗଲା ତିନି ମହଲା କୋଠା। ଗୁଜରାଟ ସୁରତର ଭାଗଳ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ଭାଗଳ ଅଞ୍ଚଳରେ ଥିବା ଏହି କର୍ମସିଆଲ୍ ବିଲ୍ଡିଂଟି ଅଳ୍ପ ମାତ୍ରାରେ ଢଳିକି ଥିଲା। ଏନେଇ ସ୍ଥାନୀୟ ବ୍ୟବସ୍ଥାୟୀ ପ୍ରଶାସନକୁ ଏବାବଦରେ ଜଣାଇଥିଲେ। ଏହାପରେ ଗତକାଲି ବିଲ୍ଡିଂକୁ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିଲା।
ତେବେ ବିଲ୍ଡିଂକୁ ଭାଙ୍ଗିବା ପୂର୍ବରୁ ନିକଟରେ ଥିବା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାପରେ ବିଲ୍ଡିଂକୁ ଭଙ୍ଗା ଯାଇଥିଲା।
ବିଲ୍ଡିଂଟି ଯେହେତୁ ଢଳିକି ଥିଲା ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ଏହାକୁ ଭଙ୍ଗାଯାଇଥିଲା। ଫଳରେ ଏକ ବଡ଼ ବିପତ୍ତିକୁ ଏଡ଼ାଇ ଦିଆଯାଇଛି।
from OTV Khabar. https://ift.tt/2OPgqhm
ଚାହୁଁ ଚାହୁଁ ମାଟିରେ ମିଶିଗଲା ତିନି ମହଲା କୋଠା Rajalaxmi Sahoo
Reviewed by SUBHENDU BARAL
on
August 11, 2019
Rating:
No comments: