ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଛି।
ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ରୋଡ୍ରେ ଥିବା ସୁଷମାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି ଯାଇ ସେଠାରେ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଗତକାଲି ରାତିରେ ସୁଷମାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ବୟସ ହୋଇଥିଲା।
ବର୍ତ୍ତମାନ ଦିଲ୍ଲୀ ସ୍ଥିତ ସୁଷମାଙ୍କ ବାସଭବନରେ ତାଙ୍କର ଶେଷ ଦର୍ଶନ ଚାଲିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ତାଙ୍କର ଶେଷ ଦର୍ଶନ କରୁଛନ୍ତି। ଆଜି ମଧ୍ୟାହ୍ନରେ ତାଙ୍କର ପାର୍ଥିବ ଶରୀରକୁ ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ। ମଧ୍ୟାହ୍ନ ୧୨ଟାରୁ ୩ ଟା ଯାଏ ସେଠାରେ ଦଳ ତରଫରୁ ତାଙ୍କୁ ଶେଷ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହାପରେ ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ସୁଷମା ସ୍ୱରାଜଙ୍କ ବିୟୋଗ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏକ ବଡ଼ କ୍ଷତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି।
ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ରାଷ୍ଟ୍ର ହିତ ପାଇଁ କାର୍ଯ୍ୟ କରିଥିବା ସୁଷମା ସ୍ୱରାଜଙ୍କୁ ସମସ୍ତେ ଶ୍ରଦ୍ଧାର ସହିତ ମନେ ରଖିବେ।
Sushma Ji’s demise is a personal loss. She will be remembered fondly for everything that she’s done for India. My thoughts are with her family, supporters and admirers in this very unfortunate hour. Om Shanti.
— Narendra Modi (@narendramodi) August 6, 2019
I can’t forget the manner in which Sushma Ji worked tirelessly as EAM in the last 5 years. Even when her health was not good, she would do everything possible to do justice to her work and remain up to date with matters of her Ministry. The spirit and commitment was unparalleled.
— Narendra Modi (@narendramodi) August 6, 2019
from OTV Khabar. https://ift.tt/2M6ihMM
No comments: