ନୂଆ ସଂସଦ ବିଲଡିଂ ନିର୍ମାଣ ନେଇ ଚାଲିଛି ବିଚାର Rajalaxmi Sahoo

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଦଳି ପାରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଲ୍‌ଡିଂ। ଏଥିସହ ପୁରୁଣା ସଂସଦ ବିଲଡିଂର ମଧ୍ୟ ନବୀକରଣ କରାଯିବ। ଏଥିପାଇଁ ବିଚାର ଚାଲିଥିବା ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବିର୍ଲା କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ନୂଆ ସଂସଦ ବିଲଡିଂର ଆବଶ୍ୟକତା ରହିଛି। ଏଥିପାଇଁ ଏକାଧିକ ଗ୍ରୁପ୍‌ ଗଠନ ହୋଇଛି। ସେମାନେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାଂସଦଙ୍କ ସହ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି।

ସେ ଆହୁରି କହିଛନ୍ତି, ‘ନୂଆ ବିଲଡିଂ ବ୍ୟତୀତ ଏବେ କାର୍ଯ୍ୟକ୍ଷମ ଥିବା ସଂସଦ ଭବନକୁ ଆଧୁନିକୀକରଣ କରିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ନୂଆ ଭାରତ’ ସଂକଳ୍ପରେ ସଂସଦର ଆକାର ବୃଦ୍ଧି ଓ ଆଧୁନିକୀକରଣକୁ ମଧ୍ୟ ସାମିଲ କରିବା ଦରକାର। ସଂସଦ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଅନୁଷ୍ଠାନ। ତେଣୁ ଏହା ବଡ଼ ଏବଂ ଆକର୍ଷଣୀୟ ହେବା ଉଚିତ। ଚଳିତ ଲୋକସଭା ଅଧିବେଶନରେ ଗୃହ ଆଦୌ ମୁଲତବି ହୋଇନାହିଁ। ଏପରି କି ଧାର୍ଯ୍ୟ ସମୟ ଠାରୁ ସାଂସଦମାନେ ୭୨ ଘଣ୍ଟା ଅଧିକ କାମ କରିଛନ୍ତି। ଯାହା ୧୨ଟି କର୍ଯ୍ୟ ଦିବସ ସହ ସମାନ।’



from OTV Khabar. https://ift.tt/2GY5kA8
ନୂଆ ସଂସଦ ବିଲଡିଂ ନିର୍ମାଣ ନେଇ ଚାଲିଛି ବିଚାର Rajalaxmi Sahoo ନୂଆ ସଂସଦ ବିଲଡିଂ ନିର୍ମାଣ ନେଇ ଚାଲିଛି ବିଚାର Rajalaxmi Sahoo Reviewed by SUBHENDU BARAL on August 10, 2019 Rating: 5

No comments:

Powered by Blogger.