ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଇଦ୍ ଉଲ୍ ଜୁହା। ମୁସଲିମ୍ ସଂପ୍ରଦାୟର ଏହି ପର୍ବକୁ ପାଳନ କରିବା ପାଇଁ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି।
ଏନେଇ ଭଦ୍ରକ ଓ ରାଉରକେଲା ଚଳଚଞ୍ଚଳ ହୋଇ ଉଠିଛି।
ଭଦ୍ରକ ସହରର ପେଣ୍ଠସ୍ଥଳରେ ଥିବା ଇଦ୍ଗା, ମସ୍ଜିଦ ଭଳି ପ୍ରମୁଖ ପ୍ରାର୍ଥନା ପୀଠକୁ ସଜାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ସହରାଞ୍ଚଳ , ଧାମନଗର ଏବଂ ଗ୍ରାମାଞ୍ଚଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ସେହିପରି ଇଦ୍କୁ ନେଇ ରାଉରକେଲାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ଇଦ୍ଗା ମୈଦାନ , ଜାମା ମସ୍ଜିଦ, ନୂର ମସ୍ଜିଦ, ସେକ୍ଟର ୧୫, କୋଏଲ ନଗର, ମାଲ୍ଗୋଦାମ ଆଦି ଅଞ୍ଚଳରେ ନମାଜ ପାଠ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ଲାଣ୍ଟ୍ ସାଇଟ୍ ଅଞ୍ଚଳରେ ଥିବା ଇଦ୍ଗା ମୈଦାନରେ ସାମୁହିକ ଭାବେ ନମାଜ ପାଠ ହେବାକୁ ଥିବାରୁ ଏଥିଲାଗି ବିଶେଷ ବ୍ୟବସ୍ଥା କରାଯାଇଛି।
from OTV Khabar. https://ift.tt/2Krt0PC
No comments: